ଦୁର୍ଦ୍ଦିନରେ ବିଧବା ରିନା ଶବରଙ୍କ ପରିବାର 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଛକ ନିକଟରେ ରହୁଥିବା ଶବର ପରିବାର ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛନ୍ତି। ଦୀର୍ଘ ୨୨ ବର୍ଷ ତଳୁ ଅନୁଗୁଳ ଜିଲ୍ଲାରୁ ଆସି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲ ଛକ ନିକଟରେ ରହି ଆସୁଥିଲେ ହର ଶବର । ପରିବାରରେ ୪ ସନ୍ତାନ ଦୁଇ ପୁଅ ମୁକେଶ ଶବର, ଗୋବିନ୍ଦା ଶବର ଓ ଦୁଇ ଝିଅ। ବାର ଗାଁ, ବାର ଦ୍ୱାର ବୁଲି ବେଲୁନ ଓ ମାଳି ବିକ୍ରୀ କରି ପରିବାର ପ୍ରତି ପୋସଣ କରୁଥିଲେ ହର ଶବର। ତେବେ ଗତ କିଛି ବର୍ଷ ହେଲା ହର ଶବର ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ମାଁ ରିନା ଶବର ଘର ଚଳାଇବା କଷ୍ଟ ହୋଇ ପଡ଼ିଛି। ବର୍ଷ ବର୍ଷ ଧରି ପଲିଥିନ ତଳେ ଜୀବନ ବିତାଉଥିବା ବେଳେ ରିନା ଶବରଙ୍କ ଆଧାର କାର୍ଡ ନ ଥିବା ବେଳେ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଏ ପରି କି ବ୍ଲକ୍ ଅଫିସ ଠାରୁ ଦୁଇ ଶହ ମିଟର ଓ ପଞ୍ଚାୟତ ଅଫିସ ଠାରୁ ଦୁଇ ଶହ ମିଟର ମଝିରେ ଏହି ବିଧବା ମହିଳା ରିନା ଶବରଙ୍କ କୁଡିଆ ଘର ଏକ ବିରାଟ ଉସ୍ତ ଗଛ ମୂଳେ ଅବସ୍ଥିତ। ରିନା ଶବରଙ୍କୁ ନା ବିଧବା ଭତ୍ତା ନା ଆବାସ ଗୃହ ମିଲିପାରୁଛି। ସ୍ବାମୀଙ୍କ ମୃତ୍ୟୁ ପରେ ଆଜି ସୁଦ୍ଧା ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ମିଳି ପାରୁନାହିଁ। ଆଧାର କାର୍ଡ ନ ଥିବାରୁ ଆବାସ ଯୋଜନାରୁ ମଧ୍ୟ ବଳି ପଡିଛନ୍ତି। ସୂଚନା ମୁତାବକ ଏପରି ସ୍ଥିତିରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଭେଟିବାରୁ ସେ କହିଥିଲେ ଯେ ଆଧାର ସଂଯୋଗ କରି ନିଅନ୍ତୁ ସବୁ ଠିକ ହୋଇଯିବ। ତେବେ ଏହି ପରିବାର କେବେ ସରକାରଙ୍କ ସହାୟତା ପାଇବେ ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.