ଓଡ଼ିଶା ଯୁବ ସମ୍ମିଳନୀରେ କଳାହାଣ୍ଡିର କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁଙ୍କ ପ୍ରତିନିଧତ୍ଵ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏମ୍.ରାମପୁର ଅଞ୍ଚଳର ଶ୍ରୀ ହେମନ୍ତ କୁମାର ସାହୁ ଓ ଶ୍ରୀମତୀ ସଂଘମିତ୍ରା ସାହୁଙ୍କ କନ୍ୟା କୁମ୍ କୁମ୍ ପ୍ରିୟଦର୍ଶିନୀ ସାହୁ ୟୁନିସେଫ୍ ଓ ଯୁବ ୪ ୱାଟର ପ୍ଲସ୍ ଦ୍ୱାରା ଆୟୋଜିତ ଓଡ଼ିଶା ଯୁବ ସମ୍ମିଳନୀ (ଓସିଓୱାଇ ୩.୦) ରେ କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧିତ୍ୱ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ଃ ହରିବାବୁ କାମ୍ଭମପତି ଦ୍ୱାରା ସମ୍ମିଳନୀର ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟରେ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ସମ୍ମୁଖରେ, କୁମ୍ କୁମ୍ ଯୁବ ଉଦ୍ଦେଶ୍ୟ ବିବୃତ୍ତିପ୍ରସ୍ତୁତ କରିଥିଲେ, ଜଉଥିରେ ପରିବେଶ ସୁରକ୍ଷା ପାଇଁ ସ୍ପଷ୍ଟ ଓ କାର୍ଯ୍ୟକ୍ଷମ ପ୍ରସ୍ତାବ ରହିଥିଲା। ଏହି ତିନିଦିନିଆ କାର୍ଯ୍ୟକ୍ରମରେ, ୩୦ଟି ଜିଲ୍ଲାର ପ୍ରତିନିଧିମାନଙ୍କ ମଧ୍ୟରୁ କୁମ୍ କୁମ୍ ଙ୍କୁ  ସମାପନୀ ସଭାରେ ପ୍ରସ୍ତୁତି ପାଇଁ ବିଶେଷ ଭାବରେ ଚୟନ ହୋଇଥିଲେ। ତାଙ୍କର ସଚେତନ ଚିନ୍ତାଧାରା ସମାଧାନ ମୂଳକ ଭାବନା ସମ୍ମିଳନୀରେ ଉଚ୍ଚ ପ୍ରଶଂସା ଲାଭ କରିଥିଲା। ଜଳବାୟୁ ପରିବର୍ତ୍ତନ, ପରିବେଶୀୟ ସଙ୍କଟ ଓ ସୁସ୍ଥାୟୀ ଉନ୍ନୟନ ବିଷୟରେ ବିଭିନ୍ନ କାର୍ଯ୍ୟଶାଳା ଓ ଆଲୋଚନାରେ ତାଙ୍କର ସକ୍ରିୟ ଅଂଶଗ୍ରହଣ, କଳାହାଣ୍ଡିକୁ ରାଜ୍ୟସ୍ତରରେ ଗର୍ବିତ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.