ରାଜସ୍ବ ଅମଲା ସଂଘର ଜୋରଦାର ଆନ୍ଦୋଳନ ସହ ବିଶାଳ ସମାବେଶ

ଦମନ ଲୀଳାର ପ୍ରତିବାଦ ପାଇଁ ପ୍ରସ୍ତୁତ ଅଛୁ -ରାଜ୍ୟ ସଭାପତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ରାଜସ୍ୱ ଅମଲା ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଏନଜିଓସିସି ହଲ୍ ଠାରେ ଆନ୍ଦୋଳନର ଆଗମୀ କାର୍ଯ୍ଯପନ୍ଥା ଓ ରୂପ ରେଖ ଉପରେ ଅମଲା ସଂଘର ଏକ ଜିଲ୍ଲା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ସଭାପତି ତ୍ରିପତୀ ବାଲାଜୀ ସାହୁ ଓ ରାଜ୍ୟ ଏକ୍ସନ କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ନାଏକ ଯୋଗ ଦେଇ ଆମ କାର୍ଯ୍ଯ ବନ୍ଦ ଆନ୍ଦୋଳନରେ ସାଧାରଣ ଜନତା ଯେଉଁ ହଇରାଣ ହରକତ ହେଉଛନ୍ତି ସେଥିପାଇଁ ଆମେ ଦୁଃଖିତ କହି ଏଥିପାଇଁ ସରକାର ହିଁ ଦାୟୀ ବୋଲି କହିଥିଲେ l ସରକାର ଙ୍କ ଯୋଜନା ସବୁକୁ ଯେଉଁ ଅମଲା ତୃଣମୂଳ ଯାଏ ପହଞ୍ଚାଇବାରେ ସର୍ବଦା ପ୍ରମୁଖ ଭୂମିକା ନେଇଛି ସରକାର ଚାହିଁଲେ ତୁରନ୍ତ ସମାଧାନ କରି ପାରିବ ବୋଲି କହିବା ସହ ଧମକ ପୂର୍ଣ୍ଣ ଭାବେ ନୁହେଁ ଆଲୋଚନା ମାଧ୍ୟମରେ ସମାଧାନ ହେଉ ବୋଲି ରାଜ୍ୟ କର୍ମ କର୍ତ୍ତା ପ୍ରକାଶ କରିଛନ୍ତି l ସରକାର ଚାହିଁଲେ ଆମେ ମଧ୍ୟ ଦିନେ ଦୁଇ ଦିନ ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ସମାଧାନ ପାଇଁ ଚେଷ୍ଟିତ ଅଛୁ ବୋଲି ଶ୍ରୀ ସାହୁ ଓ ଶ୍ରୀ ନାଏକ୍ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି l ଆଜିର ଏହି ସମାବେଶରେ ରାଜସ୍ବ ଅମଲା ସଂଘର ରାଜ୍ୟ ମୁଖ୍ୟ ପରାମର୍ଶଦାତା ସୁଧାକର ମହାପାତ୍ର, ରାଜ୍ୟ ଉପସଭାପତି ସୁରେନ୍ଦ୍ର ବାବୁ, ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ସୁବର୍ଣ୍ଣପୁର ରାଜସ୍ବ ଅମଲା ସଂଘ ଅଧ୍ୟକ୍ଷ ନିଳାମ୍ବର ଶତପଥୀ, ବଲାଙ୍ଗିର ସମ୍ପାଦକ ରତିକାନ୍ତ ପୁରୋହିତ, ନବରଙ୍ଗପୂର୍ ସଭାପତି କୈଳାଶ ଚନ୍ଦ୍ର ଦାଶ, କୋରାପୁଟ ଅମଲା ସଂଘର ସଂପାଦକ ମୋନୋଜ ବାରିକ ପ୍ରମୁଖ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁବର୍ଣ୍ଣପୁରର ଜିଲ୍ଲାର ଏହି ବିଶାଳ ସମାବେଶରେ ଧାରଣା ସ୍ଥଳରେ ପହଞ୍ଚି ନିଜ ନିଜର ମତ ରଖି ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଆହ୍ବାନ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଜ୍ୟୋତିରଞ୍ଜନ ଦାନୀ, ସମ୍ପାଦକ ବନମାଳୀ ମେହେର, କାର୍ଯ୍ୟକାରୀ ସଭାପତି ସିତେଶ ପୂଜାହରୀ, ଜିତେନ ଦୀପ, ଶିବଦତ୍ତ ଦାଶ, ଦିନେଶ ମିଶ୍ର, ଗିରିଧାରୀ ହୋତା, ଜ୍ୟୋତିପ୍ରକାଶ ସାହୁ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ଅମଲା ସଂଘ କର୍ମଚାରୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.