ନର୍ଲା ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା ଚୟନ

ରାଜେନ୍ଦ୍ର ନାରାୟଣ ପୁଝାରୀ ସଭାପତି ଓ ଦୀପୁ ପାତ୍ର ସମ୍ପାଦକ ମନୋନୀତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାର୍ବଜନୀନ ନବରାତ୍ର ପୂଜା ପାଇଁ କମିଟି ଗଠିତ ହୋଇଯାଇଛି । ଗତ ବର୍ଷ ପୂଜା କମିଟିର ସାଧାରଣ ସମ୍ପାଦକ ମୃତ୍ୟୁଞ୍ଜୟ ନାଗଙ୍କ ସଭାପତିତ୍ୱରେ ଦୁର୍ଗା ମଣ୍ଡପ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଶ୍ରୀ ନାଗ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଗତବର୍ଷର ବିବରଣୀ ପଠନ କରିଥିଲେ । ଗତ ବର୍ଷ ପୂଜା ପରିଚାଳନା ସମୟରେ ରହିଯାଇଥିବା ଛୋଟିଆ କିଛି ତୃଟି ଗୁଡିକ କିଭଳି ଚଳିତ ବର୍ଷ ଏହାର ପୁନରାବୃତ୍ତି ନହେବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ମଧ୍ୟ ଗତ ବର୍ଷ ଭଳି ନବରାତ୍ର ପୂଜା ଅନୁଷ୍ଠିତ ହେବ ବୋଲି ସର୍ବ ସମ୍ମତିକ୍ରମେ ସ୍ଥିରିକୃତ ହୋଇଥିଲା । ଏହାପରେ ଚଳିତ ବର୍ଷ ପୂଜା ପରିଚାଳନା ପାଇଁ କର୍ମମର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ରାଜେନ୍ଦ୍ର ନାରାୟଣ ପୁଝାରୀ (ଟିମ୍ପୁ), ଉପସଭାପତି ଭାବରେ ଚକ୍ର ଗୌଡ, ସାଧାରଣ ସମ୍ପାଦକ ଭାବରେ ଦୀପୁ ପାତ୍ର, ଯୁଗ୍ମ ସମ୍ପାଦକ ଭାବରେ ଘାସିରାମ ସାହୁ, କୋଷାଧ୍ୟକ୍ଷ ଭାବରେ ଅନମୋଲ ଚାନ୍ଦ(ବଣ୍ଟୁ), ସହ କୋଷାଧ୍ୟକ୍ଷ ଭାବରେ ମୃତ୍ୟୁଞ୍ଜୟ ନାଗ (ପିଣ୍ଟୁ) ଓ କାର୍ଯ୍ୟକାରୀ ସଭାପତି ଭାବରେ ବିମଳ ସାହୁ, ଡିଙ୍ଗର ପାତ୍ର, ନରିନ୍ଦ୍ର ହଂସ, କାହ୍ନା ଗଉଡ, ଟୁନା ପୋଢ, ତୋଫାନ ପ୍ରଧାନୀ, ମିଲୁ ସେଠୀ, ସୁଶୀଲ ପାତ୍ର, ବିକାଶ ପାତ୍ର, ମୋହନ ଗଉଡ ଓ ବୃନ୍ଦାବନ ପାତ୍ରଙ୍କୁ ସର୍ବ ସମ୍ମତିକ୍ରମେ ଚୟନ ହୋଇଛନ୍ତି । ସେହିଭଳି ଉପଦେଷ୍ଟା ମଣ୍ଡଳୀରେ ସୁମନ୍ତ ପୁଝାରୀ, ପ୍ରଦିପ ହଂସ (ବଡ), ପୂର୍ଣ୍ଣ ପୁଝାରୀ, କିଶୋର ମାଝୀ, ପ୍ରଭୋବ ଚାନ୍ଦ, ଲଖଣ ମାଝୀ, ରୋହିତ ମାଝୀ, କୁଲୁ ଚାନ୍ଦ, ଲିଲୁ ଗଉଡିଆ, ଯଶୋବନ୍ତ ପୁଝାରୀ, ରଞ୍ଜିତ ଅଗ୍ରୱାଲ, ତ୍ରୀଲୋଚନ ଗଉଡିଆ ଓ ଦୀପକ ଠାକୁରଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି ପରିଚାଳନା କମିଟିର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ପୂଜା ସମ୍ପାଦନ ପାଇଁ କାମନା କରିଥିଲେ । ନବ ନିର୍ବାଚିତ ପୂଜା କମିଟି ସଭାପତି ଶ୍ରୀ ପୁଝାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.