ନର୍ଲାକୁ ଏନଏସିସି ଘୋଷଣା ଓ ଜେଏମଏଫସି ପାଇଁ ମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ବିକାଶ ମଞ୍ଚ କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବ ଗଠିତ ନର୍ଲା ବିକାଶ ମଞ୍ଚର କର୍ମକର୍ତ୍ତାମାନେ ସଭାପତି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ କରି ନର୍ଲାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ସହଯୋଗ ଓ ଉପସ୍ଥିତିରେ ଓଡିଶା ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରୀ, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ତାଙ୍କ ସରକାରୀ ବାସଭବନରେ ବିକାଶ ମଞ୍ଚର କର୍ମକର୍ତ୍ତାମାନେ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଥିଲେ । ଏହାସହ ବିକାଶ ମଞ୍ଚର କର୍ମକର୍ତ୍ତା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ନର୍ଲା ଠାରେ ହେବାକୁଥିବା ଜେଏମଏଫସିକୁ ଯଥା ଶୀଘ୍ର ଅସ୍ଥାୟୀ ଭାବେ ଆରମ୍ଭ କରିବା ସହ ସ୍ଥାୟୀ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିବେଦନ କରିଥିଲେ । ଦୁଇ ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ବିକାଶ ମଞ୍ଚ ନର୍ଲାର ସଭାପତି ଶ୍ରୀ ନାଏକଙ୍କ ସମେତ ସାଧାରଣ ସମ୍ପାଦକ ଚିରଞ୍ଜିବି ଗୌଡ଼ିଆ, କୋଷାଧ୍ୟକ୍ଷ ଡୋଲେଶ୍ବର ସାହୁ, ବରିଷ୍ଠ ସଦସ୍ୟ ନନ୍ଦ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.