ଜିଲ୍ଲାପାଳଙ୍କ ରାମନାଗୁଡ଼ା ବ୍ଲକ ଗସ୍ତ; ଉନ୍ନୟନମୂଳକ କାର୍ଯ୍ୟ ସମୁହର ସମୀକ୍ଷା 

ଓଡ଼ିଆ ବାର୍ତ୍ତା/ ରାମନାଗୁଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପ୍ରଥମେ କରଡା ଗ୍ରାମକୁ ଯାଇ ସ୍ୱୟଂ ସହାୟୀକା ଗୋଷ୍ଠୀଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲି ଦେଖିଥିଲେ । ପରେ ଖାମ୍ବାଗୁଡ଼ାରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ଗୋଲାପ ବଗିଚା, ରାମନାଗୁଡ଼ା ଇ-ଲାଇବ୍ରେରୀ, ଗୋସାଇଁ ଗୁଲୁମୁଣ୍ଡାରେ ଇଣ୍ଡଷ୍ଟ୍ରିଆଲ ପାର୍କ, ନିଳକଣ୍ଠପୁରରେ ସ୍ୱୟଂ ସହାୟିକା ସଦସ୍ୟାଙ୍କ ଦ୍ଵାରା ମଲ୍ଲି ଫୁଲ ବଗିଚା, ଗଦଗଦା ଶୈବ ପୀଠ ତଥା ଜଳ ପ୍ରପାତ, କୁଜେନ୍ଦ୍ରି ଗ୍ରାମାଞ୍ଚଳ ପାର୍କ, କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ, ଓମ୍ ଡିଂ ରେ ନିର୍ମାଣଧିନ ପୋଲ ଆଦି ପ୍ରକଳ୍ପ ବୁଲି ଦେଖିଥିଲେ । ଗୋଗୁପାଡୁ ଅଞ୍ଚଳରେ ଚାଲିଥିବା ଡ୍ର।ଗନ ଫଳ ଚାଷ ହେଉଥିବା ବାଡ଼ ବୁଲି ଦେଖିଥିଲେ । ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିବା ସହ ଗୋଲାପ ଚାଷ କରୁଥିବା ସଦସ୍ୟାଙ୍କୁ ଦେଶୀ ଗୋଲାପ ଚାଷ କରି ସେଥିରୁ ଗୋଲାପ ଜଳ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲିପ, ରାୟଗଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ, ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁସ୍ମିତା ରଥ, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ବିପିସି ସନ୍ତୋଷ ରତ୍ନାଲୁ, ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.