ରାଜ୍ୟରେ ସାରର କୁତ୍ରିମ ଅଭାବ; ଚାଷୀ ବିରୋଧୀ ବିଜେପି ସରକାର -ସମାଜବାଦୀ ପାର୍ଟି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ରାଜ୍ୟରେ ସାର ଯୋଗାଣରେ ଅବ୍ୟବସ୍ଥା ନେଇ ସ୍ଥିତିର ସମୀକ୍ଷା କରିବା ପରେ ଚାଷୀଙ୍କୁ ଆବଶ୍ୟକ‌ତା ଅନୁସାରେ ସାର ଯୋଗାଇବା ପାଇଁ ଯୋଗାଣ ଶୃଙ୍ଖଳ, ସାର ମହଜୁଦ ଓ ବଣ୍ଟନ ବ୍ୟବସ୍ଥାରେ ଉପଯୁକ୍ତ ସମନ୍ଵୟ ରଖ୍ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦେଶ ଦେଇଛନ୍ତି । ସୋମବାର ଲୋକସେବା ଭବନରେ ଅନୁଷ୍ଠିତ ସମନେୟ ବୈଠକରୁ ଚଳିତ ବର୍ଷ ରାଜ୍ୟରେ ୧୧ ଲକ୍ଷ ୧୫ ହଜାର ୩୬୯ ମେଟ୍ରିକ୍ ଟନ୍‌ ସାର ଉପଲବ୍ଧ ହୋଇଥିବା ବେଳେ ୮ଲକ୍ଷ ୬୭ ହଜାର ମେଟ୍ରିକ୍ ଟନ ବିକ୍ରୟ ହୋଇସାରିଛ ବୋଲି ସରକାର କହୁଛନ୍ତି କିନ୍ତୁ ବାସ୍ତବ ପକ୍ଷେ ଦୀର୍ଘ ଦଶନ୍ଧି ପରେ ଓଡିଶାରେ ସାରର ଅଭାବୀ ବିକ୍ରି ଚାଷୀଙ୍କୁ ହତାଶ କରିଛି l ଏଭଳି ଚାଷୀ ମାରାଣ ନୀତିକୁ ତୀବ୍ର ସମାଲୋଚନା କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି l

ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟରେ ସାରର କତ୍ରିମ ଅଭାବ ପାଇଁ ସ୍ୱୟଂ ସରକାର ଦାଈ ବୋଲି ଅଭିଯୋଗ କରିଛନ୍ତି  l ସେ କହିଛନ୍ତି ଯେ ଓଡିଶା ଚାଷୀଙ୍କୁ ଚଳିତ ବର୍ଷ ପାଇଁ ସମୁଦାୟ ୧୦ ଲକ୍ଷ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୯. ୫୫ ଲକ୍ଷ ମେଟ୍ରିକ ଟନ ସାର ଦେଇଛନ୍ତି ଯାହା ରିଟେଲର ଏବଂ ହୋଲ ସେଲର ଙ୍କୁ ବଣ୍ଟନ ପାଇଁ ଦିଆ ଯାଇଛି l

ଚାଷୀଙ୍କ ପାଇଁ ଆବଶ୍ୟକ ହେଉଥିବା ୟୁରିଆ :-୧୪. ୫୦୦ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୧୧. ୧୦୮ ଲକ୍ଷ ମେଟ୍ରିକ ଟନ ସାର ଆସିଛି, ଡି ଏ ପି ୧୧. ୧୧୦ ଆବଶ୍ୟକ ଥିବା ବେଳେ ୯. ୯. ୨୬୦, ଏ ନ ପି କେ, ୧୩. ୦୦୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବାବେଳେ ଆସିଛି ୧୧. ୦୮୬ ଲକ୍ଷ ମେଟ୍ରିକ ଟନ, ଏସ ଏମ ପି/ଏସ ଏସ ପି, ୮୦୦ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ଥିବା ବେଳେ ୧୮ ଲକ୍ଷ ମେଟ୍ରିକ ଟନ ଏବଂ ଏମ ଓ ପି ସାର ୪. ୬୦୦ ଲକ୍ଷ ମେଟିକ ଟନ ଆବଶ୍ୟକ ଥିବାବେଳେ ୨. ୮୪6 ମେଟ୍ରିକ ଟନ ସାର ବଣ୍ଟନ ନିମନ୍ତେ ବିଭିନ୍ନ ବଣ୍ଟନକାରି ସଂସ୍ଥାକୁ ଦିଆଯାଇଛି l ସେହିପରି ଏମ ଓ ପି- ୪. ୬୦୦ ମେଟ୍ରିକ ଟନ ଆବଶ୍ୟକ ଥିବା ବେଳେ ୨. ୮୪୬ ମେଟ୍ରିକ ଟନ ବଣ୍ଟନ ପାଇଁ ଉପଲବ୍ଧ ଅଛି ଏହି ତଥ୍ୟକୁ ତର୍ଜମା ପରେ ଜଣାଯାଏ ଯେ ପାଖାପାଖି ୮୦% ସାର ଓଡିଶା ଚାଷୀଙ୍କ ପାଇଁ ଉପଲବ୍ଧ ଅଛି l

କିନ୍ତୁ ପରିତାପର ବିଷୟ ଯେ ଆଜି ବି ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଚାଷୀ ସାର ପାଇଁ ହାହାକାର ହେଉଛି ବାଧ୍ୟ ହୋଇ ଚଢ଼ା ଦାମରେ ସାର କିଣୁଛି । ସରକାରୀ ଅଧିକାରୀ ଏବଂ କଳା ବଜାରୀ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ରାଜ୍ୟରେ ସାରର କୁତ୍ରିମ ଅଭାବ ଦେଖା ଦେଇଛି । ସରକାରଙ୍କ ପ୍ରୋତ୍ସାହନରେ ବ୍ୟବସାୟୀ ମାନେ ସୀମାନ୍ତ ରାଜ୍ୟରେ ଓଡିଶା ସାରକୁ କଳା ବଜାରୀ କରୁଛନ୍ତି ।

କଳା ବଜାରୀ ଏବଂ ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ ସରକାର ଙ୍କ ନିୟନ୍ତ୍ରଣ ନାହିଁ ଯାହା ଓଡିଶା ର ଚାଷୀ ମାନଙ୍କୁ ହତାଶ କରିଛି । ଓଡିଶାର ଉପ ମୁଖ୍ୟମନ୍ତ୍ରୀ କୃଷି ବିଭାଗର ଦାୟିତ୍ୱରେ ଥିବା ବେଳେ ରାଜ୍ୟରେ ସାରର କଳାବଜାରୀକୁ ରୋକିବାକୁ ଅକ୍ଷମ ତେଣୁ ଚାଷୀଙ୍କ ଆୟ ଦି ଗୁଣା କରିବାକୁ ପ୍ରତିଶୃତି ଦେଇ କ୍ଷମତା ହାତେଇ ଥିବା ଭାଜପା ସରକାର ଏବଂ କୃଷି ବିଭାଗ ର ଦାଇତ୍ୱରେ ଥିବା କୃଷି ମନ୍ତ୍ରୀ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ସମାଜବାଦୀ ପାର୍ଟି ଦାବି କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.