ଯମୁନାବାହଲ କଲୋନୀ ପଡାରେ ରୌପ୍ୟ ଜୟନ୍ତୀ ଶ୍ରୀଗଣେଶ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସଦର ବ୍ଲକ୍ ଦାଦପୁର ଗ୍ରାମ ପଞ୍ଚାୟତର ଯମୁନାବାହଲ କଲୋନୀ ପଡା ଗଣେଶ ପୂଜା କମିଟି ପକ୍ଷରୁ ଶ୍ରୀଗଣେଶ ଉତ୍ସବ ୬ ଦିନ ଧରି ପାଳିତ ହୋଇଯାଇଛି। ଉକ୍ତ ପୂଜାକୁ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରାଯାଇଥିଲା। ଏହି ରୌପ୍ୟ ଜୟନ୍ତୀ ଅବସରରେ ଶ୍ରୀଗଣେଶଙ୍କ ସହିତ ଶିବ, ପାର୍ବତୀ, କାର୍ତ୍ତିକେୟ, ସିଦ୍ଧି ଓ ରିଦ୍ଧିଙ୍କ ପ୍ରତିମା ବିଧି ସହ ପୂଜା କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ କୁନିକୁନି ଶିଶୁମାନଙ୍କୁ ନେଇ ଏକ “ନୃତ୍ୟ ପ୍ରତିଭା” କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ସନ୍ଧ୍ୟାରେ ଆୟଜିତ “କଂସ ଦରବାର”ରେ ପୁରସ୍କୃତ କରାଯାଇଥିଲା।

ଶେଷ ଦିନରେ ଗ୍ରାମର ସମସ୍ତଙ୍କ ପାଇଁ ଏକ ଅନ୍ନଭୋଗର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଉକ୍ତ କଂସ ଦରବାର ନାଟକରେ କଂସ ସୁଶାନ୍ତ ମେହେର, ଲାଠୋର୍ ତାଙ୍କର ଦଳକୁ ସସମ୍ମାନ ସହିତ ତାଙ୍କୁ ପୂଜା କମିଟିର ସଭାପତି ଡ. ନିରଞ୍ଜନ ଶବରଙ୍କ ପତ୍ନୀ ରଞ୍ଜିତା ଭୋଇ ଓ ସଚିବ ଦଇତାରୀ ଶବରଙ୍କ ପତ୍ନୀ ରୋଜୀ ଶବର ଧୂପ, ଦୀପ, ଅରୁଆ ଚାଉଳ ଓ ପୁଷ୍ପମାଳ ଦେଇ ବନ୍ଦାପନା କରି ସ୍ବାଗତ କରିଥିଲେ। ପରେ ପରେ ଦରବାର ଆରମ୍ଭ ହେବା ପୂର୍ବରୁ କଂସ ମହାରାଜ ଗ୍ରାମର ଦେବଦେବୀ ଓ ଗ୍ରାମର ଗଅଁତିଆ ଦେବରାଜ ପଧାନଙ୍କ ସପରିବାର କଂସ ମହାରଜଙ୍କୁ ଅର୍ଘ୍ୟ, ମୁରୁଜ ଦ୍ୱାରା ବନ୍ଦାପନା କରିଥଲେ।

ତାହାପରେ କଂସ ମହାରାଜ ଗ୍ରାମ ପରିକ୍ରମା ପରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳୀ ସାହୁଙ୍କୁ ଘରକୁ ଯାଇ ସେଠାରେ ଆତିଥ୍ୟ ସତ୍କାର ପ୍ରାପ୍ତ କରି ପୁଣି ନାଟ୍ୟ-ରଙ୍ଗମଞ୍ଚକୁ ପ୍ରତ୍ୟାବର୍ତ୍ତନ କରି ଦରବାର ଆରମ୍ଭ କରିଥଲେ। ନାଟକର ଶେଷ ଭାଗରେ ସମସ୍ତ କଳାକାରମାନଙ୍କୁ ଉତ୍ତରୀୟ ତଥା ଉପହାର ପ୍ରଦାନ କରାଯାଇଥିଲା।

ସୋମବାର ଦିନ କମିଟିର ସଦସ୍ୟସଦସ୍ୟାମାନଂକ ଦ୍ୱାରା ଘଣ୍ଟଶଙ୍ଖ ବାଦ୍ୟ ଶହ ଶ୍ରୀଗଣେଶଙ୍କ ସହ ସମସ୍ତ ପ୍ରତିମାମାନଂକୁ ନେଇ ପଡ଼ାର ସମସ୍ତ ମହିଳା, ପୁରୁଷ, ଶିଶୁ, କନ୍ୟା, ଯୁବକ ଓ ଯୁବତୀ ଗ୍ରାମ ପରିକ୍ରମା କରି ଭସାଣି ଉତ୍ସବକୁ ବିଧି ସହ ସମାପନ କରିଥଲେ। ଉକ୍ତ ରୌପ୍ୟ ଜୟନ୍ତୀ ଶ୍ରୀଗଣେଶ ଉତ୍ସବରେ ସମସ୍ତ ପ୍ରତିମାକୁ କମିଟିର ସଦସ୍ୟ ଦୈତାରି, ଜଳେଶ୍ଵର, ମହେନ୍ଦ୍ର, କୈବଲ୍ୟ, ଗୌତମ, ଗଜିନ୍ଦ୍ର, କୁନାଲ, ତୋଫାନ ପ୍ରମୁଖ ମିଶି ମୂର୍ତ୍ତି ତିଆରି କରିଥିଲେ। ଆଜି ଯାଏଁ କେବେବି କୌଣସି ପରିସ୍ଥିତିରେ ମୂର୍ତ୍ତି ବାହାରୁ କିଣି ପୂଜା କରାଯାଇ ନାହିଁ। ଏହା କେବଳ ଶ୍ରୀଗଣେଶଙ୍କ ଆଶୀର୍ବାଦ ପାଇଁ ସମ୍ଭବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ଏହି ଉତ୍ସବରେ କମିଟିର ସଦସ୍ୟ ମିରଞ୍ଜନ ଶବର, ଘାସିରାମ ଶବର, କାର୍ତ୍ତିକ ଶବର, ଦୈତାରୀ ଶବର, ମୋହନ ଶବର, ଜଳେଶ୍ୱର ଶବର, ଖିରୋଦ ଶବର, ମହେନ୍ଦ୍ର ଶବର, ଗୌତମ ଶବର, ହର ଶବର, କୈବଲ୍ୟ ଶବର, ଗୌତମ ବଗର୍ତ୍ତୀ, ଶିବ ମୁଣ୍ଡା, ଗୋପାଳ ଶବର, ତୋଫାନ ମୁଣ୍ଡା, ରାଜ ମୁଣ୍ଡା, ସଞ୍ଜୟ ଶବର, ପିଙ୍କୁ ଗଡ଼ତିଆ, ଟୁନା ଶବର, ରିଙ୍କୁ ଗଡ଼ତିଆ, ସଜୀବ ଶବର, ରାଜ ଶବର, ଆନନ୍ଦ ଗୌଡ଼, କୁନାଲ ପଧାନ, ଅଜିତ ଶବର, ଆଦି ଶବର, ପ୍ରମିତ ସା ପ୍ରମୁଖଙ୍କ ସହ ଭବାନୀପାଟଣାର ମନୋଜ କୁମାର ସାହୁ, ହିମାଂଶୁ ମେହେର ସାନ୍ତାରାମ ଶବର, କରୁଣା ସାହୁ, ପୁରୁ ବଗର୍ତ୍ତୀ ତଥା ପଡାର ଅନ୍ୟ ସଦସ୍ୟ ମାନେ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.