ଧାନ ବିକ୍ରୀ ପଞ୍ଜୀକରଣ ସମୟ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କଲା ସମାଜବାଦୀ ପାର୍ଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ନୂତନ ଧାନ ବିକ୍ରି ପଞ୍ଜୀକରଣରୁ ବାଦ ପଡିଥିବା  ଚାଷୀଙ୍କୁ ଅଣଦେଖା କରୁଛନ୍ତି ସରକାର। ଏନେଇ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ କ୍ଷୋଭ ପ୍ରକାଶ କରିବା ସହ ପଞ୍ଜିକରଣରୁ ବଞ୍ଚିତ ଥିବା ସମସ୍ତ ଚାଷୀ କିପରି ତୁରନ୍ତ ପଞ୍ଜୀକରଣ କରିପାରିବେ ସେଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି ।

ତ୍ରୁଟିପୂର୍ଣ୍ଣ ଧାନ ବିକ୍ରି ପଞ୍ଜୀକରଣ ବ୍ୟବସ୍ଥା  ଯୋଗୁ ରାଜ୍ୟରେ ହଜାର ହଜାର ଚାଷୀ ପ୍ରଭାବିତ ହୋଇଛନ୍ତି ସରକାରଙ୍କ ସୀମିତ ସମୟସୀମା କାରଣରୁ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବା ସରକାରଙ୍କ ଅପାରଗତା ବୋଲି କୁହାଯାଇପାରେ। ଯେଉଁ ଚାଷୀ ପଞ୍ଜୀକରଣ କରିପାରି ନାହାଁନ୍ତି ସେମାନେ ସରକାରଙ୍କ ଇନ୍‌ପୁଟ୍ ସହାୟତା ରାଶିରୁ ବଞ୍ଚିତ ହେବା ସହିତ ଏମ୍ଏସ୍‌ପିରୁ ମଧ୍ୟ ବଞ୍ଚିତ ହେବେ | ଯୋଗ୍ୟ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ନହେବା ପାଇଁ ଅନ୍ତତଃ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣର ଅବଧୂକୁ ବୃଦ୍ଧି କରାଯାଉ ବୋଲି  ସମାଜବାଦୀ ପାର୍ଟି ଦାବି କରିଛି।

ପଞ୍ଜୀକରଣର ଏହି ତରବରିଆ ପ୍ରକ୍ରିୟାରେ ଯଦି କୌଣସି ଚାଷୀ ଭୁଲ ତଥ୍ୟ ଦେଇଛନ୍ତି ତାହା ସଂଶୋଧନ କରାଯାଉ ଭୁଲ ତଥ୍ୟ ଦେଇଥିବା ଚାଷୀଙ୍କୁ ଧାନ ବିକ୍ରି ପ୍ରକ୍ରିୟାରୁ  ବାଦ ଦିଆଯିବା ଏବଂ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ଦୁର୍ଭାଗ୍ୟ ଜନକ  । ସରକାର ପଞ୍ଜୀକରଣରୁ ବାଦ୍ ପଢିଥିବା ଚାଷୀ କିପରି ପଞ୍ଜୀକୃତ ହୋଇପାରିବ ସେ ଦିଗରେ ଚିନ୍ତା ନକରି ଭୁଲ ତଥ୍ୟ ଦେଇଥିବା ଚାଷୀଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି | କିନ୍ତୁ ପଡୋଶୀ ରାଜ୍ୟ ଛତିଶଗଡରେ ଏକ ସରଳ ଏବଂ ଦୀର୍ଘ ଚାରି ମାସ ବ୍ୟାପି ପଞ୍ଜୀକରଣର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଓଡିଶା ସରକାର ନିଜ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟ ପୁର୍ଣ l

ବଂଶାନୁକ୍ରମିକ ଉତ୍ତରାଧୂକାରୀ ସ୍ବତ୍ବ ଏବଂ ବିକ୍ରି ଖର୍ଦି ଦଲିଲ ଅନୁସାରେ ନାମଜାରି ହୋଇ ନାହିଁ। ଫଳରେ ସରକାରଙ୍କ ଙ୍କ ନୂତନ ଧାନ ବିକ୍ରୟ ନିୟମାବଳୀ ଯୋଗୁ ଓଡିଶାର  ହଜାର ହଜାର ଚାଷୀ ଏହି ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ସାଟେଲାଇଟ୍ ସର୍ଭେ ଜରିଆରେ ଭୁଲ ତଥ୍ୟ ଦେଇଥିବା ଓ ନକଲି ପ୍ଲଟ୍‌ର ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଦିଆଯାଇଛି।ଯାହା ସମ୍ପୂର୍ଣ ଚାଷୀ ମାରଣ ନୀତି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହା ଯାଇଛି I ରାଜ୍ୟ ସରକାର ଚାଷୀକୁଳର ସ୍ୱାର୍ଥ ଦୃଷ୍ଟିରୁ ନିର୍ଦ୍ଧାରିତ ନିୟମ କୋହଳ କରିବା ସହ ପଞ୍ଜିକରଣ ସମୟ ସୀମା ସେପ୍ଟେମ୍ବର ମାସ ଶେଷ ସପ୍ତାହ ବୃଦ୍ଧି କରିବାକୁ ସମାଜବାଦୀ ପାର୍ଟି ଦୃଢ ଦାବି କରିଛି I

                                

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.