ଏକ ପେଡ ମା କେ ନାମ୍ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାରେ ରୋପଣ ହେବ ୯୪ ହଜାର ୫୦୦ ଗଛ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଠାରେ “ଏକ୍ ପେଡ୍ ମା କେ ନାମ” ଗଛ ବିତରଣ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି l ଏହି ଅବସରରେ ଜିଲ୍ଲାପାଳ ଚାରା ବଣ୍ଟନ କାର୍ଯ୍ୟକ୍ରମ କୁ ସଫଳ କରାଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ କରିବା ସହ ସବୁ ପଞ୍ଚାୟତକୁ ଗଛ ପଠାଇଥିଲେ l ଆୟୋଜିତ ହୋଇଥିବା ଏହି କାର୍ଯ୍ୟକମ କୁ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ୍ ଶର୍ମା ସଂଯୋଜନା କରିଥିବା ବେଳେ ରେଞ୍ଜର ସୁବାଷ ଚନ୍ଦ୍ର ମହାପାତ୍ର, ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ଙ୍କ ସମେତ ବନ ବିଭାଗ ର ସମସ୍ତ ଅଧିକାରୀ ଏଥିରେ ସହଯୋଗ କରିଥିଲେ l ଆଜି ଦୁଇଟି ଗାଡ଼ିରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଗଛ ବିତରଣ ପାଇଁ ଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖ ରେ ସାରା ଜିଲ୍ଲାରେ ଦିନକିଆ ବନୀକରଣ କାର୍ଯ୍ୟକ୍ରମ ହେବ l ଜିଲ୍ଲାର ୧୦୯ ଗୋଟି ସବୁ ପଞ୍ଚାୟତରେ ୫୦୦ ଟି ଲେଖାଏ ୫୪ ହଜାର ୫୦୦ ଗୋଟି ଗଛ ବିତରଣ ସହ ବନ ବିଭାଗରୁ ୪୦ ହଜାର ଗଛ ସର୍ବ ମୋଟ ୯୪ ହଜାର ୫୦୦ ଗୋଟି ଗଛ ସାରା ଜିଲ୍ଲାରେ ଏହି ଯୋଜନାରେ ବୃକ୍ଷ ରୋପଣ ହେବ ବୋଲି ଡିଏଫଓ ଶ୍ରୀ ଶର୍ମା ଙ୍କ ଠାରୁ ସୂଚନା ମିଳିଛି l ପ୍ରତି ପଞ୍ଚାୟତକୁ ଶ୍ରୀ ଶର୍ମା ପରିଦର୍ଶନ କରି ଏହାର ତଦାରଖ କରିବେ ଓ ଜିଲ୍ଲାପାଳ ଡଃ ସାହୁ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଅଚାନକ ପରିଦର୍ଶନ କରି ଏହି ଯୋଜନା ର ତଦାରଖ କରିବେ ବୋଲି ସୂଚନା ମିଳିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.