ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ବିକ୍ରମ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଆହୁରି ସରସ ସୁନ୍ଦର କରିବାକୁ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହିକ୍ରମରେ ପୂଜା ପରିଚାଳନା ପାଇଁ କମିଟିର ନୂତନ ସଭାପତି ଭାବେ ପ୍ରଭାତ ରଞ୍ଜନ ବେହେରା, ଉପସଭାପତି ଭାବେ ଅରୁଣ ପୁଟେଲ, ସାଧାରଣ ସଂପାଦକ ଭାବେ ଉପେନ୍ଦ୍ର ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ଚକ୍ରଧର ପଣ୍ଡା, ଦିଲୀପ ମିଶ୍ର, କିରଣ କୁମାର ମାଝୀ, ହୃଷିକେଶ ବଗର୍ତ୍ତି, ମନୋଜ ବେହେରା, ମହେନ୍ଦ୍ର ପଣ୍ଡା, କ୍ଷୀରସିନ୍ଧୁ ବାଗ, ଗଣେଶ ଗଉଡ଼, ଲମ୍ବୋଦର ପତି, ଘନଶ୍ୟାମ ସାହୁ, ପିତାମ୍ବର ସାହୁ, ସର୍ବେଶ୍ୱର ଗଉଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.