କ୍ଷିତିଶ ଚନ୍ଦ୍ର ମାଝୀଙ୍କ କବିତା : ଗୁରୁ 

ହେ ଗୁରୁ ତୁମେ ମଙ୍ଗଳ ମୟ
ତୁମେହିଁ ସେଇ ଇଶ୍ଵର
ତୁମବିନା ବଡ ଦୁନିଆଁରେ ନାହିଁ
ତୁମେ, ପରମବ୍ରହ୍ମ ସତ୍ୟ ସୁନ୍ଦର।।

ପାଷାଣ ଦେହରେ ଜ୍ଞାନର ଆଲୋକ
ଢାଳି ଦେଉଅଛ ତୁମେ
ଅନ୍ଧାର ଭିତରୁ ଆଲୋକକୁ ଆଣ
ଜ୍ଞାନର ଭଣ୍ଡାର ତୁମେ।।

ଜ୍ଞାନର ତିମିରେ ପଥ ପ୍ରଦର୍ଶକ
ତୁମେହିଁ ତ ଦିବ୍ୟ ପ୍ରେରଣା
ଶିକ୍ଷାର ସୁଗନ୍ଧ ବିତରଣ କରି
ଦିଅ ପୁଣି କେତେ ଶାନ୍ତନା।।

ଜ୍ଞାନର ଆଲୋକ କରି ପ୍ରଭାସିତ
ଜୀବନେ ସବୁରି ଆଜି
ଜୀବନ ପଥରେ ବାଟ କଢ଼ାଇଲ
ଦେବଦୂତ ତୁମେ ସାଜି।।

ତୁମରି କରୁଣା ତୁମରି ଆଶିଷ
ସ୍ନେହ ପ୍ରେମ ପୂର୍ଣ୍ଣ ପରଶ
ତୁମ ସଂସ୍ପର୍ଶ ଳରେ ଗଢା ମୋ ଜୀବନ
ତୁମେ ହିଁ ତ ମୋର ଆଦର୍ଶ।।
ଗୁରୁ ପାଦେ ସଦା ରହୁ ମୋ ଭକତି
ଚିରଦିନ ଚିରକାଳ
ପୂଜାର୍ଚ୍ଚନା ମୋର ଶ୍ରଦ୍ଧାର ପ୍ରଦୀପ
ଜଳୁ ଥାଉ ନିରନ୍ତର।।

କ୍ଷିତିଶ ଚନ୍ଦ୍ର ମାଝୀ

ଖମନ୍ ପଡା, ପୋଷ୍ଟ: ଗାଡେବନ୍ଧ, ନର୍ଲା, କଳାହାଣ୍ଡି

7894872362

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.