ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଗୁରୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ଗୁରୁ ଦିବସ ପାଳିତ ହୋଇଯାଇଛି | ବୀଣାପାଣି କଲେଜ, ଧୁମାଭଟାର ବାଣିଜ୍ୟ ବିଭାଗ ଅଧ୍ୟାପକ ସତ୍ୟନାରାୟଣ ବଗର୍ତ୍ତୀ ମୁଖ୍ୟ ଅତିଥି, ପରିଚାଳନା ସମିତି ସମ୍ପାଦକ ଅନ୍ତର୍ଯ୍ୟାମୀ ରାଜପଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | ମୁଖ୍ୟ ଅତିଥି ଶ୍ରୀ ବଗର୍ତ୍ତୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା | ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ ସ୍ୱାଗତ ଭାଷଣ ଦେଇଥିଲେ | ଲତିକା କଲେତ, ଚୁମକି ଦୀପ ଗୁରୁ ବନ୍ଦନା ଗାନ କରିଥିଲେ | ରୁତ୍ୱୀକା ରାଜପଲିଆ, ଶୁଭମ ବାରିକ, ଆରୋହୀ ରାଜପଲିଆ, ତୃପ୍ତିମୟୀ ମେହେର, ଅର୍ମାନ ବାଗ, ଅମ୍ରିତ ମାହାର, ଯୋଗମୟ ବାଗ, କନିଷ୍କ ରାଜପଲିଆ, ପରିତୋଷ ନାଏକ, ପିୟୁଷ ମାଝୀ, ଦିବ୍ୟଲକ୍ଷ୍ମୀ ଶତପଥି, ମହେଶ ଖଣ୍ଡଗିରି, ନେହାରିକା ଧରୁଆ, ଶୁଭସ୍ମିତା ଖର୍ସେଲ, ଅମ୍ଲାନ ମୁଦୁଲି, ଦିବ୍ୟାରାଣୀ ହିଆଲ, ହିମାଂଶୁ ପୁଟେଲ, ଆଲିଶା ମେହେର, ଅଦିତି ରାଜପଲିଆ, କ୍ଷୀରୋଦ୍ର ପ୍ରଧାନୀ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ବନ୍ଦନା ରଣା ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.