ଝିଙ୍କିଡୁଙ୍ଗୁରିର ପୂର୍ବତନ ସରପଞ୍ଚ ତୃତୀୟା ପଧାନଙ୍କ ଦେହାନ୍ତ: ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦୁକାଲଘାଟ ଗ୍ରାମ ନିବାସୀ ତୃତୀୟା ପଧାନ (୬୬)ଙ୍କ ଦେହାନ୍ତ ହୋଇଯାଇଛି | ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଗତ ୧୩ ତାରିଖ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ ନିଆଯାଇଥିଲା | ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନ ୪ଟାରେ ତାଙ୍କର ଦେହାନ୍ତ ଘଟିଥିବା ପରିବାର ସୂତ୍ରରୁ ପ୍ରକାଶ | ଶ୍ରୀ ପଧାନ ୨୦୧୨ରୁ ୨୦୧୭ ଯାଏ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ସରପଞ୍ଚ ରହିଥିଲେ | ସେ ଜଣେ ଜନପ୍ରିୟ ତଥା ମେଳାପୀ ସ୍ଵଭାଵର ବ୍ୟକ୍ତି ଥିବା ବେଳେ ବିଭିନ୍ନ ଆଧ୍ୟାତ୍ମିକ ଓ ଲୋକକଲ୍ୟାଣମୂଳକ କାମରେ ଜଡ଼ିତ ରହୁଥିଲେ | ତାଙ୍କର ଏକମାତ୍ର ଝିଅ ମଞ୍ଜୁଶ୍ରୀ (୩୨) ବିବାହିତା ହୋଇଥିବା ବେଳେ ଜଣେ ଅବିବାହିତ ପୁଅ ସୌମ୍ୟରଞ୍ଜନ(୩୦) ରହିଛନ୍ତି | ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.