କଲମ ଆଞ୍ଚଳିକ ଯାଦବ ସମିତିର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ଶୁକ୍ରବାର ନୂଆଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଲମ ଆଞ୍ଚଳିକ ଯାଦବ ସମିତି ସଭାପତି ବଳିଷ୍ଟ ଜୁଆଡଙ୍କ ଅଧ୍ୟକ୍ଷତାରେ କଲମ ବଜାର ପଡିଆ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଯାଦବ ସମିତିର ସଭାପତି ଲିଙ୍ଗରାଜ ଗହିର, ମୁଖ୍ୟବକ୍ତା ଭାବେ ନାରୀନେତ୍ରୀ କମଳିନୀ ଯାଦବ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର କୋଷାଧ୍ୟକ୍ଷ ତୁଳମଣି ନାଗ, ସଦର ବ୍ଲକ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ଗଉଡ, ସମାଜବାଦି ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଜଗଦିଶ ଯାଦବ ପ୍ରମୁଖ ମଞ୍ଚାସୀନ ରହି ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ମୌଳିକ ଦିଗ ଉପରେ ଆଲୋକପାତ କରିଥିଲେ। ଏହାସହ କିପରି ଭାବେ କଲମ ଆଞ୍ଚଳିକ ଯାଦବ ସମିତି ସୁଦୃଢ ହେବ ଏବଂ ଏହି ଆଞ୍ଚଳିକ ଯାଦବ ସମିତିର ଛାତ୍ର ଛାତ୍ରୀ ମାନେ ଶିକ୍ଷାରେ ଉନ୍ନତି କରିବେ ସେନେଇ ମାର୍ଗଦର୍ଶନ ଦେଇଥିଲେ। ଆଞ୍ଚଳିକ ଯାଦବ ସମିତିର ଉପ ସଭାପତି ରୁଦ୍ରମଣି ନାଗ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ସଭାରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ନୂଆ ଚୁଡ଼ା ପ୍ରଭୂ ଶ୍ରୀକୃଷ୍ଣଙ୍କ  ଚରଣାବିନ୍ଦରେ ଅର୍ପଣ କରି କୁରେ ପତ୍ରରେ ପ୍ରସାଦ ସେବନ କରିଥିଲେ। ଏହିପରେ ଜୁହାର ଭେଟ ହୋଇଥିଲେ। ପରିଶେଷରେ ଜମେଶ୍ୱର ନାଗ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ଯାଦବ ସମିତି ସାଧାରଣ ସମ୍ପାଦକ ହେମ ସାଗର ବାଗ, କୋଷାଧ୍ୟକ୍ଷ ସୁବାସ ବିଶି, ସହ ସମ୍ପାଦକ ତୀର୍ଥ ବାସି ଚଲାନ ଓ ଯାଦବ କର୍ମକର୍ତ୍ତା ମାନେ ସହଯୋଗ କରି ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.