ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବ ନିଯୁକ୍ତ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ଶୁକ୍ରବାର ଦଳ ପକ୍ଷରୁ ଭବାନୀପାଟଣା ଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ଯୋଗଦେବା ପୁର୍ବରୁ ଶ୍ରୀ ଦିଶାରୀ ବରପୁତ୍ର ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ସମ୍ବିଧାନ ନିର୍ମାତା ଡଃ ବାବା ସାହେବ ଆମ୍ବେଦକର ଓ କଳାହାଣ୍ଡି ମାଟିର ବୀର ସନ୍ତାନ ସହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସେମାନଙ୍କ ସ୍ମୁତି ଚାରଣ କରିଥିଲେ ଶ୍ରୀ ଦିଶାରୀ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମହୋଷଧି ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ପୂର୍ବତନ ପୋରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଆଦିବାସୀ ନେତା ପରମାନନ୍ଦ ମାଝୀ, ଯୁବନେତା ତ୍ରିଲୋଚନ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ମହାକୁଡ଼, ମଧୁ ନାଗ, ରୁତୁରାଜ ମାଝୀ ପ୍ରମୁଖ ଯୋଗଦେଇଥିଲେ।





