ନର୍ଲାରୋଡ ହାଇସ୍କୁଲରେ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ରେ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳନ ଅବସରରେ ବିଇଓ ତପିମଣି ଜାନୀଙ୍କ ମାର୍ଗଦର୍ଶନରେ ବ୍ଲକସ୍ତରୀୟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ଠାରୁ ଅନୁଷ୍ଠିତ ଶୋଭାଯାତ୍ରା ରେ ପ୍ରଧାନଶିକ୍ଷକ ବିଶ୍ବମ୍ବର ଭୋଇ, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ସିଆର୍‌ସିସି ହେମନ୍ତ ସାହୁ, ଫିରୋଜ ପଧାନ , କ୍ଷୀରସିନ୍ଧୁ ବାଗ, ସଂସ୍କୃତ ଶିକ୍ଷକ ସୁବାଷ ଚନ୍ଦ୍ର ବରାଡ, ଶାରୀରିକ ଶିକ୍ଷକ ନାରାୟଣ ପଧାନ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ୧୫ ବର୍ଷରୁ ଅଧିକ ବ୍ୟକ୍ତି ଯିଏ ଆଦୌ ପାଠ ପଢିନଥିବେ କିମ୍ବା ପାଠ ଭୁଲି ଯାଇଥିବେ, ସର୍ଭେ କରି ସେମାନଙ୍କୁ ଚିହ୍ନଟ କଲାପରେ ଉଲ୍ଲାସ ପାଠ୍ୟକ୍ରମରେ ସାମିଲ କରି ସ୍ବେଚ୍ଛାସେବୀ ଶିକ୍ଷକ ମାଧ୍ୟମରେ ପାଠ ପଢାଇ ସେମାନଙ୍କୁ ସାକ୍ଷର କରାଯିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.