ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଶୁଣାଣି ସ୍ଥଗିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାଟି ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ କେ.ଭି. ବିଶ୍ୱନାଥନଙ୍କ ପାଖରେ ଶୁଣାଣି ହେବାକୁ ଥିଲା।କିନ୍ତୁ ମାନ୍ୟବର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛି ଯେ, ମାମଲାଟିକୁ ପୁଣିଥରେ ୧୬ ସେପ୍ଟେମ୍ବର ୨୦୨୫, ମାଧ୍ୟାହ୍ନ ୧୨ଟାରେ ଶୁଣାଣି ହେବ ଏବଂ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଆଦେଶ ଅଗାମୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ।

ଏହି ନିର୍ଦ୍ଦେଶଟି ସ୍ୱତନ୍ତ୍ର ଶିକ୍ଷକଙ୍କର ମର୍ଯ୍ୟାଦା ଓ ଅଧିକାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ବିଶେଷ ଆବଶ୍ୟକତା ରଖୁଥିବା ଶିଶୁମାନଙ୍କ ଶିକ୍ଷାଧିକାରକୁ ମଧ୍ୟ ମଜବୁତ କରେ।ଜାତୀୟ ଶିକ୍ଷାନୀତି ୨୦୨୦ ଓ ଅନ୍ତର୍ନିବେଶୀ ଶିକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଶିକ୍ଷକଙ୍କର ନିଯୁକ୍ତି ଅତ୍ୟାବଶ୍ୟକ।

ପ୍ରକାଶଥାଉ କି ବର୍ତ୍ତମାନ, ଓଡ଼ିଶାରେ ପ୍ରାୟ ୯,୦୦୦ ପ୍ରଶିକ୍ଷିତ ସ୍ୱତନ୍ତ୍ର ଶିକ୍ଷକ ପ୍ରାର୍ଥୀ ନିଯୁକ୍ତି ପାଇଁ ଅପେକ୍ଷାରେ ଅଛନ୍ତି ଏବଂ ୧.୪ ଲକ୍ଷ ବିଶେଷ ଆବଶ୍ୟକ ରଖୁଥିବା ବିଦ୍ୟାର୍ଥୀ ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷକଙ୍କ ଅଭାବରୁ ସଠିକ୍ ଶିକ୍ଷା ପାଇ ପାରୁନାହାଁନ୍ତି।ଏହା ଦିବ୍ୟାଙ୍ଗ ଶିଶୁମାନଙ୍କ ଶିକ୍ଷା ଅଧିକାରକୁ ଉଲ୍ଲଂଘନ କରୁଛି।

ଓଡିଶା ସ୍ପେସିଆଲ ଏଡୁକେଟର ଫେଡ଼େରେସନ ଫର ଦିବ୍ୟାଙ୍ଗ ସଂଘର ଉପସଭାପତି ଶ୍ରୀ ବିଶ୍ଵବିଜୟୀ ଦାଶ କହିଛନ୍ତି – ଓଡ଼ିଶାର ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଦେଇଥିବା “ସୁପ୍ରିମକୋର୍ଟ୍‌ଙ୍କ ନିର୍ଦ୍ଦେଶକୁ ଯଥାଶୀଘ୍ର କାର୍ଯ୍ୟକାରି କରାଯିବା ଆବଶ୍ୟକ ରହିଛି,ଯାହାଦ୍ୱାରା ପ୍ରଶିକ୍ଷିତ ସ୍ୱତନ୍ତ୍ର ଶିକ୍ଷକଙ୍କର ନିଯୁକ୍ତି ସୁନିଶ୍ଚିତ ହେବା ସହିତ ଦିବ୍ୟାଙ୍ଗ ଶିଶୁମାନଙ୍କର ଶିକ୍ଷାଧିକାରକୁ ସୁରକ୍ଷା ମିଳିବ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.