ରାଜ୍ୟସ୍ତରୀୟ ହକି ଚ୍ୟାମ୍ପିଅନ୍‌ଶିପ୍‌ରେ ଯୋଗଦେବାକୁ ବାଲେଶ୍ୱର ଜିଲ୍ଲା ସବ୍-ଜୁନିଅର ବାଳକ ହକି ଦଳର ରାଉରକେଲା ଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ସବ୍-ଜୁନିଅର ବାଳକ ହକି ଦଳ ୧୫ ଜଣ ଖେଳାଳି ଓ ଜଣେ ଅଧିକାରୀଙ୍କ ସହିତ ରାଜ୍ୟସ୍ତରୀୟ ହକି ଚ୍ୟାମ୍ପିଅନ୍‌ଶିପ୍‌ରେ ଯୋଗଦେବା ପାଇଁ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଚ୍ୟାମ୍ପିଅନ୍‌ଶିପ୍ ୧୧ ରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ। ଜିଲ୍ଲାର ପ୍ରତିଭାଶାଳୀ ଯୁବ ଖେଳାଳିମାନେ ତାଙ୍କର କୌଶଳ ଓ କ୍ରୀଡାକୁଶଳତାର ପ୍ରଦର୍ଶନ କରିବେ ବୋଲି ବାଲେଶ୍ବରବାସୀ ଆଶା ରଖିଛନ୍ତି। ଜିଲ୍ଲା ପ୍ରଶାସନ ଓ କ୍ରୀଡା ବିଭାଗ ପକ୍ଷରୁ ଦଳକୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ପ୍ରତିଭାମାନଙ୍କୁ ଉତ୍ସାହ ଯୋଗାଇ ଥିଲେ। ଖେଳାଳିଙ୍କ କୌଶଳ ଓ ଉପଲବ୍ଧି ଆଗାମୀ ପିଢ଼ିକୁ ପ୍ରେରଣା ଦେବ ବୋଲି ଆଶା କରାଯାଇପାରେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.