ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ସ୍ୱେଚ୍ଚାସେବୀମାନଙ୍କୁ ଦେଶର ପ୍ରଗତିରେ ଜାତୀୟ ସେବା ଯୋଜନାର ଭାଗିଦାରୀତା ବିଷୟରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଏହାର ଇତିହାସ ଲକ୍ଷ୍ୟ, ଉଦ୍ଧେଶ୍ୟ, ଅଭିମୁଖ୍ୟ ଓ ପରିସର ବିଷୟରେ ଆଲୋଚନା କରିଥିଲେ। ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ ଓ ମିକୁ ମିକ୍ସ ନିଆଲ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ସମୁଦାୟ ୧୭୫ ଜଣ ଛାତ୍ରଚାତ୍ରୀ ଏହି ଅବିମୁଖୀକରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହା ଏନ୍ଏସ୍ଏସ୍ ବ୍ୟୁରୋ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁମୋଦିତ ଯାହାକି ଆଞ୍ଚଳିକ ନିର୍ଦ୍ଧେଶାଳୟ ଏନ୍ଏସ୍ଏସ୍ ଭୁବନେଶ୍ୱରର ପରିସରଭୁକ୍ତ। ଏହାର ସଫଳତା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଛନ୍ତି।





