ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡିଶାର ଏକ ନୂତନ ସାହିତ୍ୟିକ ସ୍ୱର ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛି। ଇଂରାଜୀରେ ଲେଖାଲେଖି କରୁଥିଵା ଜଣେ ଓଡିଆ ଭାବରେ ଦେବଯାନୀ ପଟ୍ଟନାୟକଙ୍କର ରହିଛି ଯଥେଷ୍ଟ ଖ୍ୟାତି। ନିକଟରେ ତାଙ୍କର ପ୍ରଥମ ଗଥିକ୍ ରୋମାନ୍ସ ଆଧାରିତ ଉପନ୍ୟାସ ‘The Prayer That Broke the Spell’ ଏବେ ପାଠକମାନଙ୍କ ପାଇଁ ବଜାରରେ ଉପଲବ୍ଧ ହୋଇଛି। ଏହି ଉପନ୍ୟାସଟି ଆମାଜନରେ ୩୦୦ ଟଙ୍କା ପଠାଇ କିଣିହେବ।
ଏହି ଉପନ୍ୟାସର କାହାଣୀ ‘ବେବି’ ନାମକ ଓଡିଶାର ଏକ ଯୁବତୀଙ୍କୁ କେନ୍ଦ୍ର କରି ଗଢି ଉଠିଛି, ଯିଏ ଏକ ଅଜଣା ବ୍ୟକ୍ତିଙ୍କ ସହ ପ୍ରେମରେ ପଡ଼ିଥାନ୍ତି। କିନ୍ତୁ ସେହି ପ୍ରେମ ଆସ୍ତେ ଆସ୍ତେ ତାଙ୍କୁ ଗଭୀର ଆସକ୍ତି, ବ୍ଲାକମେଲ୍ ଓ ମନୋବୈଜ୍ଞାନିକ ଯନ୍ତ୍ରଣାର ଜାଲରେ ଛନ୍ଦି ଦିଏ। ଭକ୍ତି ଓ ଭୟ, ସମର୍ପଣ ଓ ସଂଘର୍ଷ ମଧ୍ୟରେ ଛନ୍ଦି ହୋଇ ପଡ଼ିଥିବା ବେବିଙ୍କ କାହାଣୀ ଏକ ପ୍ରଶ୍ନ ଉଠାଏ—କେବଳ ଏକ ପ୍ରାର୍ଥନା କଣ ଶାପମୁକ୍ତ କରିପାରେ ନା ପ୍ରେମ ହିଁ ସ୍ଵତଃ ଗୋଟିଏ ବନ୍ଧନ?
ଓଡିଶାର ସାଂସ୍କୃତିକ ପଟ୍ଟଭୂମିରେ ଆଧାରିତ ଏହି ଉପନ୍ୟାସ ଆଘାତ, ଆସ୍ଥା ଓ କଳାଜାଦୁର ତତ୍ତ୍ୱଗୁଡିକୁ ଆଧାର କରି ଭାରତୀୟ ଇଂରାଜୀ ସାହିତ୍ୟରେ ଏକ ନୂଆ ଏବଂ ସାହସିକ ଦିଗ ଦେଖାଇଛି କହିଲେ ଭୁଲ ହେବ ନାହିଁ।ସମୀକ୍ଷକ ଓ ପାଠକମାନେ ଏହାକୁ ଓଡିଶାର ପ୍ରଥମ ଗଥିକ୍ ରୋମାନ୍ସ ଉପନ୍ୟାସ ବୋଲି ସ୍ୱୀକାର କରି, ପ୍ରେମ ଓ ଆସକ୍ତିର ଭୟାବହ ତଥା କବିତାମୟ ଖୋଜ୍ ବୋଲି କହୁଛନ୍ତି।
ପୁରୀ ନିବାସିନୀ ଦେବଯାନୀ ପଟ୍ଟନାୟକ ମୂଳତଃ ଜଣେ ଓଡ଼ିଆ ହୋଇଥିଲେ ମଧ୍ୟ ଇଂରାଜୀରେ ଲେଖାଲେଖି କରି ସୁଖ୍ୟାତି ପାଇଛନ୍ତି। ନିଜର ବ୍ୟକ୍ତିଗତ ଅନୁଭୂତି ଓ ସମ୍ବେଦନଶୀଳ ଶୈଳୀ ମାଧ୍ୟମରେ ସେ ଏହି ଉପନ୍ୟାସକୁ ଆକର୍ଷଣୀୟତା ଦେଇ ପାରିଛନ୍ତି।
ଆଗ୍ରହୀ ପାଠକମାନେ ଏହି ୮୧ ପୃଷ୍ଠାର ଉପନ୍ୟାସଟିକୁ ଏହି ଲିଙ୍କ୍ ଅନୁସରଣ କରି ପାଇପାରିବେ: https://amzn.in/d/4Fwt9dy।





