ଯାଦବ ଭବନ ନିର୍ମାଣ ପାଇଁ ପ୍ରତିଶୃତି ଦେଲେ ବିଧାୟିକା, ଜମିଦାନ କରିବେ ବିଷ୍ଣୁ-ଧୁବେନ୍ ଓ ପିତାମ୍-ଗୁଣମତି ଦମ୍ପତ୍ତି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ ସଫଳତାର ସହ ସମ୍ପନ୍ନ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ସମ୍ମାନିତ ଅତିଥି ଭାବେ ଉସ୍ତାଦ ବିସମିଲା ଖାଁ ଜାତୀୟ ପୁରସ୍କାର ପ୍ରାପ୍ତ ଲୋକକଳାକାର ସର୍ବେଶ୍ଵର ଭୋଇ,
ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ବିଖ୍ୟାତ ମୃଦଙ୍ଗ ବାଦକ ଖଗେଶ୍ବର ଗଉଡ ପ୍ରମୁଖ ମଞ୍ଚାସୀନ ରହି ଗଣପର୍ବ ନୂଆଖାଇର ତତ୍ବ ଓ ଦର୍ଶନ ଉପରେ ଆଲୋକପାତ କରିବା ସହ ଲୋକକଳାର ପୁନଃରୁତ୍ଥାନ ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ରୁପ୍ରାରୋଡଠାରେ ନୂତନ ଯାଦବ ଭବନ ନିର୍ମାଣ ପାଇଁ ବିଧାୟିକା ଶ୍ରୀମତୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଏହି ଯାଦବ ଭବନ ନିର୍ମାଣ ପାଇଁ ବିଷ୍ଣୁ ବିଶି ଓ ତାଙ୍କ ଧର୍ମପତ୍ନୀ ଧୁବେନ ବିଶି, ପିତାମ ଖୁଣ୍ଟଲା ଓ ତାଙ୍କ ଧର୍ମପତ୍ନୀ ଗୁଣମତୀ ଖୁଣ୍ଟଲା ଭୂମୀଦାନ କରିବେ ବୋଲି ମଞ୍ଚରେ ଘୋଷଣା କରିଥିଲେ।
ଉଦଯାପନୀ ସମାରୋହରେ ଯାଦବ ଲଳନା ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ହେମଲତା ସେଲମା, ରେଣୁକା ହଂସ, ଯାଜ୍ଞସେନୀ କରୁଆଁ, ଯାଜ୍ଞସେନୀ ବାଗ (ଦିବ୍ୟା), ଆରାଧ୍ୟା ଗହୀର, ସଂଯୁକ୍ତା ଗଉଡ ଓ ସାଥି, ଲକ୍ଷ୍ମୀ ଗଉଡ, ଶାଳିନୀ, କାଜଲ ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।
ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ସଭାପତି ତ୍ରିଲୋଚନ ଗଉଡ ଧନ୍ୟବାଦ ଅର୍ପଣ କରିଥିଲେ। ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ଉପସଭାପତି ପିତାମ୍ବର ଖୁଣ୍ଟୁଲା, ଯୁଗ୍ମ ସମ୍ପାଦକ ସୁବାସ ଗହୀର, କୋଷାଧ୍ୟକ୍ଷ ଅର୍ଜୁନ ଭୋଇ, ନରେଶ ଗଉଡ, ନିରାକାର ଗଉଡ, ଜନକ ପୋଢ, ପୂର୍ଣ୍ଣଚନ୍ଦ୍ର କରୁଆଁ, ଅଶୋକ ହଂସ, ଗିରିଧାରୀ ବାଗ, ସନ୍ତୋଷ ସେଲମା ପ୍ରମୁଖଙ୍କ ସମେତ ଅନେକ ମହିଳା ଓ ଯୁବ ଯାଦବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




