ଆରୀୟାନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାମନାଗୁଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ରେ ଅବସ୍ଥାପିତ ଆରୀୟାନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ହରିଶରଣ ଦାସ, ସମ୍ପାଦିକା ଶ୍ରୀମତୀ ସ୍ଵର୍ଣ୍ଣ ମଞ୍ଜରୀ ଦାସ, ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାତ୍ର ଏବଂ ଅନୁଷ୍ଠାନର ମୁଖ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ରୁର ବେନିଆ (ଅର୍ଜ୍ଜୁନ), ଅଧ୍ୟାପକ ସଂଗ୍ରାମ ଟାକ୍ରି, ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ୍ ଓ ଜୟନ୍ତି କୁଲୁସିକା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସଭାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷା ହୋଉଛି ଛାତ୍ର ଛାତ୍ରୀ ମାନଙ୍କ ଜୀବନରେ ମୂଳଦୁଆ ତେଣୁ ଏଠାରୁ ହିଁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅଙ୍କୁରା ରୋପଣ ହୋଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନେ ମଧ୍ୟ ତାଙ୍କ ନିଜ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ । ଉତ୍ସବରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଗୁଡ଼ିକ ପ୍ରଦାନ କରାଯାଇଥିଲା । ଏହି ସମ୍ୱର୍ଦ୍ଧନା ସଭା କୁ ପି.ସଙ୍କେତ, ସୁମିତ୍ରା ନାୟକ, ଜାକୁବ ବିଡ଼ିକା, ନବୀନ ତଇକା, କସ୍ତୁରୀ ଶବର ପ୍ରମୁଖ ସହଯୋଗ କରିଥିବା ବେଳେ ସୁରଭି ମଲ୍ଲିକ ସମ୍ପୂର୍ଣ ପରିଚାଳନା ଦାୟିତ୍ୱ ବହନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.