ଦିବଂଗତ ସମାଜସେବୀ ଗୋବିନ୍ଦ ରାମ କେଡିଆଙ୍କ ସ୍ମୃତିରେ ଲୋକାର୍ପିତ ହେଲା ଅମୃତ ଧାରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦ ରାମ କେଡ଼ିଆଙ୍କ ସ୍ମୃତିରେ କେଡିଆ ପରିବାର ତରଫରୁ ନର୍ଲା ଯୁକ୍ତ ଦୁଇ କଲେଜ ପରିସରରେ ଥଣ୍ଡା ପାନୀର ଜଳ ପାଇଁ ‘ଅମୃତ ଧାରା’ ଲୋକାର୍ପିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ମୀନାକ୍ଷୀ ମେହେରଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ତୁଷୁରାର ଉଦ୍ୟୋଗପତି ସ୍ୱର୍ଗତ କେଡିଆଙ୍କ ପୁତୁରା ଦୀନଦୟାଲ କେଡିଆ(ଚିକୁ) ଯୋଗଦାନ କରି ଅମୃତଧାରା ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲାରୋଡର ଯୁବ ଉଦ୍ୟୋଗପତି ତଥା ସ୍ୱର୍ଗତ କେଡିଆଙ୍କ ପୁଅ ବିମଲ କୁମାର କେଡିଆ, ତାଙ୍କ ନାତି ଅମନ ଅଗ୍ରୱାଲଙ୍କ ସମେତ ସନ୍ତୋଷ କୁମାର ବୁଦ୍ଧିଆ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ କେଡିଆଙ୍କ ସ୍ମୃତିଚାରଣ କରିଥିଲେ। କଲେଜର କ୍ରିଡ଼ା ଶିକ୍ଷକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୁରେଶ ଚନ୍ଦ୍ର ନାଏକ ମଞ୍ଚ ସଂଯୋଜନା କରିଥିଲେ। କଲେଜ ଷ୍ଟାଫ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଷ୍ଟାଫ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.