ଆନ୍ଦୋଳନରୁ ଓହରିଲେ ଯୋଗାଣ ସହାୟକ, ସ୍ୱଭାବିକ ହେବ ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାଜ୍ୟ ଯୋଗାଣ ସହାୟକ ସଂଘ ର ନିଷ୍ପତ୍ତି କ୍ରମେ ତା ୦୨/୦୯ ରୁ ଦୀର୍ଘ ୩୧ ଦିନ ଧରି ୧୧ ଦଫା ଦାବି ପୂରଣ ନେଇ ଗଣ ଆନ୍ଦୋଳନରେ ଲୋୟେର ପିଏମଜିରେ ବସିଥିବା ରାଜ୍ୟର ୩୫୦୦ ରୁ ଅଧିକ ଯୋଗାଣ ସହାୟକ ଆନ୍ଦୋଳନରୁ ଓହରି ଯାଇଛନ୍ତି । ରାଜ୍ୟ ସରକାର ସେମାନଙ୍କ ୪ ଟି ପ୍ରମୁଖ ଦାବି ପୂରଣ ନେଇ ଆଶ୍ୱାସନା ଦେଇଥିବାରୁ ଆନ୍ଦୋଳନରୁ ଓହରି ଥିବା କଲ୍ୟାଣସିଂହପୁର ବ୍ଲକ୍ ସଭାପତି ଶ୍ରୀ ମୁରଲୀ ପ୍ରସାଦ କଣ୍ଡୁରୁ ସୂଚନା ଦେଇଛନ୍ତି । ଦୀର୍ଘ ୧୪ ବର୍ଷ ଧରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିଯୁକ୍ତ ହୋଇ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦନ କରୁଥିଲେ ସୁଦ୍ଧା ସରକାର ତାଙ୍କୁ ଅଣଦେଖା କରୁଥିବା କହିଛନ୍ତି ବ୍ଲକ୍ ସମ୍ପାଦିକା କୁମାରୀ ହେମନ୍ତି କନ୍ଧପାଣି । ଯୋଗାଣ ସହାୟକଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ମାତ୍ରାରେ ଠପ୍ ହୋଇଯାଇଥିଲା । ସେପ୍ଟେମ୍ବର ଓ ଅକ୍ଟୋବର ମାସର ସାଧାରଣ (Normal) ଏବଂ ମୁଖ୍ୟମନ୍ତ୍ରୀ ଅନ୍ତଃଦୋୟ ଯୋଜନା (CMAY) ଚାଉଳ ବର୍ତ୍ତମାନ ସୁଦ୍ଧା ବଣ୍ଟନ ଆରମ୍ଭ ହୋଇପାରି ନଥିଲା । ଯୋଗାଣ ସହାୟକ ମାନେ ଯୋଗଦାନ ପରେ ବର୍ତ୍ତମାନ ପୁଣି ଥରେ ଚାଉଳ ବଣ୍ଟନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ବୁଦ୍ଧିଜୀବୀମାନେ ଆଶାବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.