ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସରପଞ୍ଚ ତିଳୋତ୍ତମା ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ | ଏସଏମସି ସଭାପତି ଡିକ୍ସନ ବୁଡ଼େକ, ଦାବଜୋରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏକାମ୍ର ହେମ୍ବ୍ରମ ସମ୍ମାନିତ ଅତିଥି ରହିଥିଲେ | ଶିକ୍ଷକ ହେମନ୍ତ କରନ ସଭା ସଂଯୋଜନା କରିଥିଲେ | ଅନୁଷ୍ଠିତ ଉଦଯାପନୀ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ନାରାୟଣ ଭୋଇ ମୁଖ୍ୟ ଅତିଥି, ସରପଞ୍ଚ ତିଳୋତ୍ତମା ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ଶିକ୍ଷକ ଅନନ୍ତ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ଜିତେନ୍ଦ୍ର ଭୋଇ, ଗିରୀଶ କର୍ତ୍ତୀ, ମଣ୍ଟୁ ପଟେଲ, ସନୋଜ ନାଏକ, ଶ୍ରୀକାନ୍ତ ମହାପାତ୍ର, ନିବାସ ଦଣ୍ଡସେନା, ଜୟ ପଟ୍ଟନାୟକ, ମନୋଜ କୁମ୍ଭାର, ସୁନିତା ପଧାନ, ରଶ୍ମିତା ବେମାଲ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





