କଳାହାଣ୍ଡି,୧୫/୮: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଟିଟିଝୋଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୭୩ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ମାଝୀ ପତାକା ଉତ୍ତୋଳନ କରିଥିଲେ। ଆୟୋଜିତ ସଭାରେ ଅତିଥିମାନେ ନିଜ ନିଜର ମତ ରଖିଥିଲେ।
ଏହି ପରିପ୍ରେକ୍ଷୀରେ ଯୁବ ଶିକ୍ଷକ ଡିଲେଶ୍ୱର ରଣାଙ୍କ ତତ୍ତ୍ୱାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଗଛ ଲଗାଇଥିଲେ। ଏଥିସହ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ବିଦ୍ୟାଳୟ ତରଫରୁ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରାଯାଇଥିଲା। ଏଥିରେ ସଂବାରୁ ମାଝୀ, ଜଗା ମାଝୀ, କୁରମାନା ସାହୁ, ଲିଙ୍ଗରାଜ ସାହୁ, ନୀଳ ମାଝୀ, ଆନନ୍ଦ ସାହୁ, ଖଗେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ ଦେଇଥିଲେ ଶିକ୍ଷକ ବିଶ୍ୱରଂଜନ ପରିଡ଼ା।