ମଦନପୁର ରାମପୁର ବ୍ଲକ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ରାମପୁର ବ୍ଲକ ପକ୍ଷରୁ ବୁଧବାର ଦିନ ସମ୍ବିଧାନ ଦିବସ ପାଳନ ପାଳିତ ହୋଇଯାଇଛି। ବିଡିଓ ଶରତ କୁମାର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୁମନ୍ତ ମାଝୀ, ସମ୍ମାନୀତ ବକ୍ତା ଅଧ୍ୟାପକ ରଜନୀକାନ୍ତ ଗୋଚ୍ଛାୟତ, ସମ୍ମାନୀତ ଅତିଥି ଏଇଇ ବଳବିନ୍ଦର ସିଂ ଯାଦବ, ଏବିଡିଓ ଲକ୍ଷ୍ମଣ ପଧାନ ଉପସ୍ଥିତ ରହି ସମ୍ବିଧାନ ଦିବସ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା। ସାମ୍ବାଦିକ ହେମନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  ଏହି ଅବସରରେ ସମ୍ବିଧାନଙ୍କୁ ସମ୍ମାନ ଦେବାକୁ ଏକ ଶପଥ ପାଠ କରାଯାଇଥିଲା। ପଞ୍ଚାୟତି ରାଜ ସଦସ୍ୟଙ୍କ ତରଫରୁ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ବକ୍ତବ୍ୟ ରଖିଥିଲେ। ସୁଧୀର କୁମାର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିପିଡିଓ କୁଳମଣି ସିଂହ ରାୟ, ଡବଲ୍ୟୁଇଓ ଶ୍ୟାମ ସୁନ୍ଦର ନାଏକ, ପିରାମଲ୍ ଫାଉଣ୍ଡେସନର କର୍ମୀ ସୁଶ୍ରୀ ଉପାସନା ରାୟ ଓ ବ୍ଲକ୍ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଶକ୍ତିର ସଦସ୍ୟା, ପଞ୍ଚାୟତି ରାଜ ସଦସ୍ୟ/ସଦସ୍ୟା, ବୁଦ୍ଧିଜୀବୀ, ବ୍ଲକ୍ ଅଫିସ ର ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.