ମିଳିତ ପଞ୍ଚାୟତ ମୁସ୍କୁଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୭ତମ ବାର୍ଷିକ କ୍ରୀଡା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମିଳିତ ପଞ୍ଚାୟତ ମୁସ୍କୁଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନଭେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଧରି କ୍ରୀଡା ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଥମ ଦିନ ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ନାଏକ ଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟ ସମ୍ମାନିତ ଅତିଥି ଭାବରେ ବିଷ୍ଣୁ ଚରଣ ସେନାପତି, ଗିରିଧାରୀ ନାଗ ଏବଂ ଅଧ୍ୟାପକ ଏକାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସର୍ବ ପ୍ରଥମେ କଳାପାହାଡ଼ ମନ୍ଦିର ରୁ ବିରାଟ ଶୋଭଯାତ୍ରାରେ ମଶାଲ ନେଇ ଆସି ବିଦ୍ୟାଳୟର ଖେଳ ପଡିଆ ରେ ସ୍ଥାପନ କରାଯାଇ କ୍ରୀଡା ଆରମ୍ଭ କରାଗଲା। କ୍ରୀଡା ପତାକା ଉତ୍ତୋଳନ ଓ ଶପଥ ଗ୍ରହଣ ପରେ କ୍ରୀଡ଼ା ଆରମ୍ଭ ହୋଇଥିଲା।ପ୍ରଥମ ଦିନରେ ୧୦୦, ୪୦୦, ୮୦୦ ମିଟର ଦୌଡ ପ୍ରତିଯୋଗିତା ସାଙ୍ଗକୁ ସଟ ଫୁଟ ଗୋଳା ଫିଙ୍ଗା ଓ ଉଚ୍ଚ ଡ଼ିଆଁ ଉଭୟ ବାଳକ ଓ ବାଳିକାଙ୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେହିଭଳି ଦ୍ବିତୀୟ ଦିନ ଉଦଯାପନୀ ଦିବସରେ ୨୦୦ ଓ ୮୦୦ ମିଟର ଦୌଡ ଏଵଂ ଡିସକସ ଥ୍ରୋ ଓ ଲମ୍ବ ଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତି ଇଭେଣ୍ଟ ରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ବକ୍ସରେ ଛିଡ଼ା କରାଇ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟର କ୍ରୀଡା ଶିକ୍ଷକ ସମୀର ରଞ୍ଜନ ନାଏକ ସମସ୍ତ ଇଭେଣ୍ଟ ଗୁଡ଼ିକ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ରେ ମୁଖ୍ୟ ବକ୍ତା ଭାବରେ ମେଦିନୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିଭା ଭୋଇ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.