କଲ୍ୟାଣସିଂହପୁରରେ ଧନଲକ୍ଷ୍ମୀ ପୂଜା

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ହନୁମାନ ଜଙ୍ଗସନ କ୍ଳବ ପୂଜା କମିଟି ଆନୁକୂଲ୍ୟରେ ମାଣବସା ଗୁରୁବାର ଧନଲକ୍ଷ୍ମୀ ପୂଜା ଚାଲିଛି। ରୀତିନୀତି ଅନୁଯାୟୀ ଅଙ୍କୁରାରୋପଣ, ମଣ୍ଡଳ, ସୂର୍ଯ୍ୟ ପୂଜା, ମା ଲକ୍ଷ୍ମୀଙ୍କ ଆବାହନ, ହୋମ ଇତ୍ୟାଦି ସହ ପୂଜା ଆରମ୍ଭ ହୋଇଛି। ୨୭/୧୧/୨୫ ଠାରୁ ୦୮/୧୨/୨୫ ପର୍ଯ୍ୟନ୍ତ ପୂଜା ହେଉଥିବା ଜଣା ପଡିଛି। ସନ୍ଧ୍ୟାରେ କଳସ ଯାତ୍ରାରେ ରାସ୍ତା ପରିକ୍ରମା କରି ସ୍ଥାନୀୟନାଗାବଳୀ ଓ କଲ୍ୟାଣୀ ନଦୀ ସଙ୍ଗମ ସ୍ଥଳ ରୁ ଜଳ ଉଟାଇ ସ୍ଥାନୀୟ ପୁରହିତ ବାପିନ ମିଶ୍ର ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଗଙ୍ଗା ଆହ୍ୱାନ କରି କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହାପରେ ବାଜାବାଜଣା ବଜାଇ ବାଣ ଫୁଟାଇ ଶଙ୍ଖ ଧ୍ଵନୀ କରି ଜଗନ୍ନାଥ ମନ୍ଦିର ରେ ଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ଆଜ୍ଞାମାଳ ନେଇ ଅସ୍ଥାୟୀ ମଣ୍ଡପରେ ପୂଜା ଆରମ୍ଭ କରିଥିଲେ। ମେଢ଼, ତୋରଣ ଓ ଆଲୋକରେ ପୂଜାମଣ୍ଡପକୁ ସୁସଜିତ କରାଯାଇଛି। ୨୭ତାରିଖ ସନ୍ଧ୍ୟାରେ ୩୦୦୧ ଦୀପ ଯଜ୍ଞ, ଡ଼ିସେମ୍ବର ୬ତାରିଖ ଦିନ ଅର୍ଣ୍ଣ ପ୍ରସାଦ ସେବନ ତିନି ହଜାର ଭକ୍ତଙ୍କ ପାଈଁ ହୋଇଥିବା ସୂଚନା ମିଳିଛି।୨୮ତାରିଖ ରୁ ଯାତ୍ରା ସମ୍ରାଟ ପୃଥିବୀ ରାଜ ‘ଅପେରା’ ଡ଼ିସେମ୍ବର ତିନି ତାରିଖ ପର୍ଯ୍ୟନ୍ତ ଟିକଟ ସୋ ରେ ଆୟାଜନ ହୋଇଛି| ମାଁଙ୍କ ଭଷାଣି ଉତ୍ସବ ଆସନ୍ତା ଡିସେମ୍ବର ମାସ ୮ତାରିଖ ଦିନ ସନ୍ଧ୍ୟା ୫ଘଣ୍ଟିକା ସମୟରେ କରାଯିବା ନେଇ ସୂଚନା ମିଳିଛି। ଏହି ପୂଜା ଦେଖିବା ପାଇଁ ବ୍ଲକ ତଥା ବ୍ଲକ ବାହାରୁ ବହୁ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳେ। ଏଥିରେ ପୂଜା କମିଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.