ବିଭିନ୍ନ ଦାବୀ ନେଇ ଡିସେମ୍ବର ୧ରେ ବିକ୍ଷୋଭ ପ୍ରଦର୍ଶନ କରିବେ ଅଶା କର୍ମୀ 

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଆଶା କର୍ମୀଙ୍କୁ ସରକାରୀ ମାନ୍ୟତା ସହିତ ଶ୍ରମ ସମିଳନୀରେ ହୋଇ ଥିବା ନିଷ୍ପତ୍ତି ଅନୁସାରେ ୨୬ ହଜାର ଦରମା ଦେବା, ଶ୍ରମ କୋଡ୍ ଅନୁଯାୟୀ ସାମାଜିକ ନିରାପତ୍ତା ଯୋଜନାରେ ଭବିଷ୍ୟତ ନିଧି, ଇ.ଏସ୍. ଆଇ, ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକାରୀ କରିବା, ସମାନ କାମକୁ ସମାନ ଦରମା ନୀତି କୁ କାର୍ଯ୍ୟକାରୀ କରିବା, ଧାରାବାହିକ ମାସର ପ୍ରଥମ ସପ୍ତାହରେ ଦରମା ଦେବା, ବକେୟା ଥିବା ସମସ୍ତ ପ୍ରୋସାହନ ରାଶି ବିନା ବିଳମ୍ବରେ ଯୋଗାଇଦେବା, ପେନସନ୍ ଓ ଗ୍ରାଚୁଇଟି ବ୍ୟବସ୍ଥା ଅବସରରେ ବାଧ୍ୟତାମୂଳକ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାମ ଲଦା ନ ଯିବା, ଆବଶ୍ୟକ ଅନୁଯାୟୀ ରେଷ୍ଟ ରୁମ, ଟ୍ରାଭେଲିଂ ଏଲାଉନ୍ସ ଯୋଗାଇଦେବା, ପ୍ରତ୍ୟେକ ବ୍ଲକ ରେ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକାରୀ କରିବା ତଥା ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ ଦାବୀରେ ୧ ଡିସେମ୍ବରରେ ପଶ୍ଚିମ ଓଡ଼ିଶା ଅଶା କର୍ମୀ ସଂଘ ନେତୃତ୍ଵରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁର ଜିଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସମସ୍ୟା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇ ସେଇଠୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିବାକୁ ସ୍ଥିରୀକୃତ ହୋଇଛି। ଏହାର ସଫଳତା ସକାଶେ ସମ୍ବଲପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆବାହକ ବାଳକୃଷ୍ଣ ଭୋଇ, ଲକ୍ଷ୍ମୀ ମହାରଣା, ଯାଜ୍ଞସେନୀ ପ୍ରଧାନ, ମମତା ଖଣ୍ଡାୟତ, ମୁକ୍ତା ପ୍ରଧାନ, ସଞ୍ଜୀତା ସିଂହ, ହୀରା ମିର୍ଦ୍ଧା, ରୁନୁ ରାଉଳ, ବବିତା ନାଥ, ସାବିତ୍ରୀ ବିଶ୍ଵାଳ,ପ୍ରଭାତୀ ନାୟକ, କୁମୁଦିନୀ ପ୍ରଧାନ, ଜୟନ୍ତୀ ପ୍ରଧାନ, ରୁକ୍ମିଣୀ ଶର୍ମା, ସୁନନ୍ଦନ ଭାଟି, ମଧୁମିତା ସିଂହ, ଲକ୍ଷ୍ମୀ ତାଣ୍ଡିଆ, ସୁକାନ୍ତୀ ମହାନ୍ତି, ସଂଯୁକ୍ତା ପ୍ରଧାନ, ସୌଦାମିନୀ ଦେହୁରୀ ସମେତ ଶତାଧିକ ଆଶା କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.