ଯୁବ ପ୍ରତିଭା ପ୍ରସାଦି ବୁଦ୍ଧିଆଙ୍କ ଆକସ୍ମିକ ଦେହାନ୍ତ

ମୋ ଭାଇ ଭୁଲ ଚିକିତ୍ସା ଯୋଗୁଁ ମରିଗଲା -ନରେନ୍ଦ୍ର ବୁଦ୍ଧିଆ, ବଡଭାଇ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ତୁଳାଗାଁ ର ଯୁବ ପ୍ରତିଭା ପ୍ରସାଦି ବୁଦ୍ଧିଆ(୪୦) ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନା “ସାଗର ଦୁର୍ଗା” ରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ରାତି ୨ ଟା ବେଳେ ଆଖି ବୁଜି ଦେଇଛନ୍ତି । ଉକ୍ତ ଡାକ୍ତରଖାନାର ଏଜେଣ୍ଟ ଭାବରେ କାମ କରୁଥିବା ନର୍ଲା ବ୍ଲକ ଭୀମକେଲା ଗ୍ରାମ ପଞ୍ଚାୟତ ପଲସାପଡାର ତାପସ ନାଏକ ଭଲ ଡାକ୍ତରଙ୍କ ପାଖରେ ଦେଖାଇବା କହି ପ୍ରସାଦି, ତାଙ୍କ ମାମୁଁ ଶ୍ୱଶୁର ଦୁଲ ନାଏକ, ବଡ ଶଳା ରତନ ସା ଙ୍କୁ ରବିବାର ଦିନ ନେଇକି ଯାଇଥିଲେ । ତା ପରଦିନ ପ୍ରସାଦିଙ୍କ ମଝିଆ ଭାଇ ନରେନ୍ଦ୍ର ବୁଦ୍ଧିଆ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ପରଖିଥିଲେ । ବଡ ଭାଇ ନରେନ୍ଦ୍ର ଉକ୍ତ ଡାକ୍ତରଖାନାର ସମସ୍ତ ସ୍ଥିତିକୁ ଲକ୍ଷ୍ୟ କରି ଏଠାରେ ତ ଡାକ୍ତର ନାହାନ୍ତି । ଟେକ୍ନିସିଆନ ଓ ସହକାରୀ ମାନଙ୍କ ଦ୍ୱାରା କାମ ଚାଲିଛି । ମୋ ଭାଇକୁ ଏଠାରେ ନଦେଖାଇ କୌଣସୀ ଭଲ ଡାକ୍ତରଖାନାକୁ ନେଇଯିବା ପାଇଁ କହିବାରୁ ଏଜେଣ୍ଟ ତାପସ ଜବରଦସ୍ତି ଉକ୍ତ ଡାକ୍ତରଖାରେ ଚିକିତ୍ସା କରେଇଥିଲେ । ପ୍ରକୃତ ରୋଗକୁ ନଜାଣି, ଜଣେ ଅନଭିଜ୍ଞ ଡାକ୍ତରଙ୍କୁ ଧରି ଏଜେଣ୍ଟ ନିଜ ମୋଟା ପିସି ଲୋଭରେ ମୋ ଭାଇକୁ ମାରିଦେଲେ ବୋଲି ଅଭିଯୋଗ କରିବା ସହ ଦଶାହ ସରିଲେ ଏଜେଣ୍ଟ ତାପସ ନାମରେ ନର୍ଲା ଥାନାରେ ଏତେଲା ଦାଏର କରିବୁ ବୋଲି ମତବ୍ୟକ୍ତ କରିଛନ୍ତି । ଏଜେଣ୍ଟର କୁଟଚକ୍ରାନ୍ତରେ ପଡି ବିଶାଖାପାଟଣା ଯାଇଥିବା ବ୍ୟକ୍ତି ସାମାନ୍ୟ ଜ୍ୱର ପାଇଁ ଉକ୍ତ ଡାକ୍ତରଖାନାରେ ନିଜକୁ ଟିକେ ପରୀକ୍ଷା କରେଇ ନେବା ଭାବି ସାଗର ଦୁର୍ଗାରେ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାକାର ଡାକ୍ତର ବିନା ରକ୍ତ ପରୀକ୍ଷାରେ ପ୍ରସାଦିଙ୍କୁ ଡେଙ୍କୁ, ଲିଭର ସଂକ୍ରମଣ ଅଛି କହି ଭୁଲ ଇଞ୍ଜେକ୍ସନ ଦେଇଥିଲେ । ପରେ ରକ୍ତ ପରୀକ୍ଷା କରେଇବାରୁ ଡେଙ୍ଗୁ ନେଗେଟିଭ ବାହାରିଥିଲା । ଏଜେଣ୍ଟଙ୍କ ପ୍ରରୋଚନା ଓ ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ଯୋଗୁଁ ଆଜି ମୋ ଭାଇକୁ ଅକାଳରେ ହରେଇ ବସିଲୁ ବୋଲି କହିଛନ୍ତି ନରେନ୍ଦ୍ର । ରବିବାର ରାତି ୧୦ ଟା ସମୟରେ ମୁଁ ପ୍ରସାଦିକୁ ଆଇସିୟୁକୁ ନେବା ଆଗରୁ ଭେଟିଥିଲି । ମୋତେ ଏଠାରୁ ନେଇଚାଲ । ଏମାନେ ମୋତେ ମାରିଦେବେ। ମୁଁତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁନି । କାହିଁକି ମୋତେ ଭେଣ୍ଟିଲେଟରରେ ରଖୁଛ। ମୋତେ ଏଠାରୁ ଶୀଘ୍ର ନେଇଚାଲ ବୋଲି କହିଥିଲେ। ହେଲେ ଡାକ୍ତରଖାନା କତ୍ତୃପକ୍ଷ ଜବରଦସ୍ତ ଆଇସିୟୁକୁ ନେଇ ପୁରାଇ ଦେଇ ପେସେଣ୍ଟକୁ ଆମ ସହ ଆଉ ଭେଟଘାଟ କରେଇଲେ ନାହିଁ । ରାତି ୨ ଟା ବେଳେ ଆମେ ଦେଖିଗଲୁ ସେତେବେଳକୁ ମୋ ଭାଇର ମୃତ୍ୟୁ ହୋଇସାରିଥିଲା । ସେଠାରେ ନା ଥିଲେ ଡାକ୍ତର ନା ଥିଲେ କୌଣସୀ ଷ୍ଟାଫ୍ ବୋଲି ଅଭିଯୋଗ କରିଛନ୍ତି ନରେନ୍ଦ୍ର । ହେଲେ ଏ ବିଷୟରେ ଏଜେଣ୍ଟ ତାପସଙ୍କ ପ୍ରତିକ୍ରୀୟା ନେବାରୁ ସେ କହିଲେ ପ୍ରସାଦି ମୋର ଅତି ଘନିଷ୍ଠ ବନ୍ଧୁ । ସେ ଆଗରୁ ଅନେକ ଥର ପେସେଣ୍ଟ ନେଇକି ମୋ ପାଖକୁ ଆସୁଥିଲା । ମୋ କ୍ଲିନିକ ରେ ବସୁଥିଲା । ତା ଦେହ ଖରାପ ହେବାରୁ ସାଗର ଦୁର୍ଗା ଡାକ୍ତରଖାନାକୁ ତାଙ୍କ ଲୋକଙ୍କ ସହ ଆସିଲା । ରକ୍ତ ପରୀକ୍ଷାରେ ଲଙ୍ଗସ ସଂକ୍ରମଣ ହୋଇଥିବା ଓ ଡେଙ୍ଗୁ ହୋଇଥିବା ରକ୍ତ ପରୀକ୍ଷାରୁ ଜଣାପଡିବାରୁ ଭେଣ୍ଟିଲେଟର ଲଗେଇ ଚିକିତ୍ସା କରିଥିଲେ ଡାକ୍ତର । ପ୍ରସାଦିଙ୍କ ପରିସ୍ଥିତି ଆହୁରି ଜଟିଳ ହେବାରୁ ମୁଁ ତାଙ୍କ ପରିବାର, ଭାଇ ସମସ୍ତଙ୍କୁ ଡାକି କି କହିଛି, ଯେ ଯଦି ଅନ୍ୟ କୌଣସୀ ଡାକ୍ତରଖାନାକୁ ନେବାକୁ ଚାହୁଁଛନ୍ତି ତାହେଲେ ମୁଁ ସମସ୍ତ ପ୍ରକାରର ସାହାଯ୍ୟ କରିବି ବୋଲି କହିଥିଲି । ମୋ ପାଖରେ ଏ ସବୁର ସମସ୍ତ ପ୍ରମାଣ ରହିଛି । ମୋତେ ଯଦି କମିଶନ ଖାଇଥିବା କଥା କହୁଛନ୍ତି ତା ହେଲେ ତାଙ୍କୁ ପଚାର ଡାକ୍ତରଖାନାକୁ କେତେ ଟଙ୍କା ପଇଠ କରିଛନ୍ତି ? ଗୋଟିଏ ଟଙ୍କା ବି ଜମା ନଦେଇ ଚିକିତ୍ସା ଚାଲିଥିଲା ।’ ତେବେ ସୋମବାର ଅପରାହ୍ନ ୨ ଟା ବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କର ମୃତଦେହ ନିଜ ଜନ୍ମ ମାଟି ତୁଳାଗାଁରେ ପହଞ୍ଚିବା ପରେ ଜନ ସମୁଦ୍ର ପାଲଟିଥିଲା ତୁଳାଗାଁ । କାନ୍ଦ ବୋବାଳି ରେ ଫାଟି ପଡୁଥିଲା ଗାଁ ଦାଣ୍ଡ । ଅପରାହ୍ନ ୪ ଟା ବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ୫ ବର୍ଷର ଗୋଟିଏ ପୁଅ ରହିଥିବା ଜଣାପଡିଛି । ପ୍ରସାଦି ଜଣେ ବିଶିଷ୍ଟ ଯୁବ ଚାଷୀ ହୋଇଥିବା ବେଳେ, ଜଣେ ସୁ ସଙ୍ଗଠକ ଥିଲେ । ଜଣେ ଯୁବ ପ୍ରତିଭାବାନ ବ୍ୟକ୍ତିର ଅକାଳ ବିୟୋଗକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ବର୍ଗ ଓ ଅଞ୍ଚଳବାସୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.