ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ବିଦ୍ୟାଳୟର ଦ୍ବୀଦିବସୀୟ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି | ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ସାମ୍ବାଦିକ ରମାକାନ୍ତ ରାଜପଲିଆ, ବରିଷ୍ଠ ଫୁଟବଲ ଖେଳାଳି ରାମ ରାଜପଲିଆ, ସାମାଜିକ କର୍ମୀ ସନ୍ୟାସୀ ବାଗ, ସୁରେନ୍ଦ୍ର ବଗର୍ତ୍ତୀ, ଗୋକୁଳାନନ୍ଦ ବାରିକ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଏହି ଅବସରରେ ହାଇସ୍କୁଲ ଖେଳ ପଡ଼ିଆରେ ଦୌଡ଼, ଲମ୍ବ ଡିଆଁ, ଗୋଳା ଫିଙ୍ଗା ଆଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ପ୍ରି-ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ତିନୋଟି ବର୍ଗରେ ବିଭକ୍ତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | ଶିକ୍ଷୟିତ୍ରୀ ବୈଜୟନ୍ତୀ କାଲସାଏ, ଲକ୍ଷ୍ମୀ ନାଗ, ଭାର୍ଗବୀ ରାଜପଲିଆ, ବନ୍ଦନା ରଣା, ସାବିତ୍ରୀ ରାଜପଲିଆ, ସଙ୍ଗୀତା ବାଗ, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା, ପ୍ରହ୍ଲାଦ ସିନ୍ଧ୍ରୀଆ, ପୁରାତନ ଛାତ୍ର ଓଁକାର ନାଗ, କରନ କାଲସାଏ, ସମ୍ରାଟ ବିଶ୍ୱାସ ପ୍ରତିଯୋଗିତା ପରିଚାଳନା କରିଥିଲେ | ଶେଷରେ ପୂର୍ବତନ ଛାତ୍ର ଅଶୋକ ରାଜପଲିଆ ଧନ୍ୟବାଦ ଅର୍ପଣ କରିଥିଲେ | ସତ୍ୟବାନ ପ୍ରଧାନୀ, ଆଶୁତୋଷ ରାଜପଲିଆ, ରାଜୁ କଲେତଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ |





