ତାଲା ଭାଙ୍ଗି ଚା ଦୋକାନରୁ ଟଙ୍କା ଚୋରି, ଥାନାରେ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ଲାଞ୍ଜିଗଡ଼ ବ୍ଲକ ଶିଶ୍ଵନାଥପୁର ଥାନା ସ୍ଥିତ ବିଶ୍ଵନାଥପୁର କଲେଜ ଛକରେ ଥିବା ଏକ ଚା’ ଦୋକାନରୁ ଶୁକ୍ରବାର ରାତିରେ ଟଙ୍କା ଚୋରି ହୋଇଛି। ଦୁର୍ବୃତ୍ତ ଦୋକାନ ତାଲା ଭାଙ୍ଗି କ୍ୟାସ୍‌ କାଉଣ୍ଟରରୁ ୩୫ ହଜାର ଟଙ୍କା ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବିଶ୍ଵନାଥପୁର କେନ୍ଦୁପଡାର ବଳରାମ ସାହୁ(ପିଙ୍କୁ) ନାମକ ଯୁବକ ବିଶ୍ବନାଥପୁର ସ୍ଥିତ କଲେଜ ଛକରେ ଏକ ଦୋକାନ କରି ଚା, ଟିଫିନ୍ ବିସ୍କୁଟ, ମିକ୍ସଚର, କୋଲ୍ଡଡ୍ରିସ୍, କୁରକୁରେ ଆଦି ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ପ୍ରତିଦିନ ଭଳି ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ଦୋକାନ ବନ୍ଦ କରି ସେ ଘରକୁ ଯାଇଥିଲେ। ଶନିବାର ସକାଳେ ଆସି ଦେଖିଲା ବେଳେ ଦୋକାନର ତାଲା ଭଙ୍ଗା ହୋଇଛି। ପରେ ଦୋକାନର କ୍ୟାସ୍‌ କାଉଣ୍ଟରରୁ ଚେକ୍ କରିବା ବେଳେ ସେଥିର ଟଙ୍କା ନଥିବାରୁ ଏନେଇ ବଳରାମ ଶନିବାର ବିଶ୍ଵନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ତେବେ ବଳରାମଙ୍କ ଦୋକାନ ନିକଟରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ଜଣେ ସ୍ଥାନୀୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବିଶ୍ବନାଥପୁର ପୁଲିସ ପକ୍ଷରୁ ସୂଚନା ମିଲଛି। ତେବେ ପୁଲିସର ଢିଲା ପାଟ୍ରୋଲିଂ ଯୋଗୁ ଚୋରମାନେ ଏହି କାଣ୍ଡ ଘଟାଉଛନ୍ତି ବୋଲି ଅଞ୍ଚଳରେ ଏବେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.