ଧନପୁରରେ ଅମୃତ ମାତୃପିତୃ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ସ୍ଥିତ ଧନପୁର ଗ୍ରାମ ଠାରେ ମେସର୍ସ ମନୋହରଲାଲ ଦେବୀପ୍ରସାଦ ଭବାନୀପାଟଣା, ଇନ୍ଦ୍ରାବତୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ଲିଃ. ମିନଗୁର ଆନୁକୂଲ୍ୟରେ ଡଃ. ବି. ଆର. ଆମ୍ବେଦକରଙ୍କ ପୁଣ୍ୟତିଥି ସମାରୋହ ସହ ସଦଭାବନା ସମାବେଶ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା,ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଆଇଆରଏସ ପ୍ରଶାସନିକ ଅଧିକାରୀ ଗଙ୍ଗାଧର ମାଝୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମୁଣ୍ଡ,ଯୁବ ସଂଗଠକ ଜିଲ୍ଲା ଭାଜପା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଜାଗରଣ ମଞ୍ଚ ମନୋଜ ନାଏକ, ନିର୍ଦ୍ଧେଶକ ଇନ୍ଦିରାବତୀ FPL ଅରୁଣ କୁମାର ମୁଣ୍ଡ,ସମାଜସେବୀ ଉଦ୍ଧବ ଚରଣ ସାହୁ, ସମାଜସେବୀ ପୁରୁଷୋତ୍ତମ ଅଗ୍ରୱାଲ, ନେତାଜୀ ସେବା ସଂଗଠନ ସଭାପତି ସଂଜୀବ କୁମାର ଠାକୁର, ଧନଞ୍ଜୟ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଦୟାନିଧି ବାଣୁଆ ପ୍ରମୁଖ ମଞ୍ଚାସିନ ଥିଲେ, ବାବାସାହେବଙ୍କ ତ୍ୟାଗପୁତ ଜୀବନୀ ଉପରେ ଆଲୋକପାତ କରିବା ସହ ଶୋଷଣମୁକ୍ତ ସମାଜ ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥୂଲା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ନେତାଜୀ ସେବା ସଂଗଠନ ର ସଭାପତି ସଂଜୀବ କୁମାର ଠାକୁର କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଧନପୁର ଏବଂ ଆଖପାଖ ଅଞ୍ଚଳର ପ୍ରାୟ ୨୦୦ ରୁ ଉର୍ଦ୍ଧ ଦିବ୍ୟାଙ୍ଗ, ବିଧବା ଓ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର, ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠକ ଅଭିନାଶ ମୁଣ୍ଡ ସଂଯୋଜନା କରିଥିବା ବେଳେ ବେଦ ପ୍ରକାଶ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଂଗଠନର ଲଲିତ ବିଶି, ବେଦପ୍ରକାଶ ପଣ୍ଡା, ଶଙ୍କର ରାଉତ, ଦୁଷ୍ମନ୍ତ ପଣ୍ଡା, ଗିରିଶ ଚନ୍ଦ୍ର ସାହୁ, ପ୍ରବୀଣ ଭଞ୍ଜଙ୍କ ସମେତ ଧନପୁର ପ୍ରଡ୍ୟୁସର ଗୃପ ର ସଭାନେତ୍ରୀ ସସ୍ମିତା ବିଶି ସମ୍ପାଦିକା କ୍ଷିତିସୁତା ବିଶି ଙ୍କ ସହ ସ୍ବୟଂ ସହାୟିକା ଗୋଷ୍ଠୀର ସମସ୍ତ ମହିଳା ପ୍ରମୁଖ ସହଯୋଗ କରିଥିଲେ ଓ ଏହି କାର୍ଯ୍ୟକ୍ରମ କୁ କଲମପୁର ନେତାଜୀ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇଜେସନ ମୁଣ୍ଡୁରାଗୁଡା, ଧନପୁର ପ୍ରଡ୍ୟୁସର ଗ୍ରୁପର ବିଶେଷ ସହଯୋଗ ରହିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.