ବଡ଼ମାଳ ଗୋଳାବାରୁଦ କାରଖାନାରେ କର୍ମଚାରୀଙ୍କ ସନ୍ଧେହ ଜନକ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଡ଼ମାଳ ଗୋଳାବାରୁଦ କାରଖାନାରେ ଶ୍ରମିକଙ୍କ ସନ୍ଧେହ ଜନକ ମୃତ୍ୟୁ। ମୃତକ ତାମିଲନାଡୁର ଡି ବାଲାକ୍ରୀଷ୍ଣା ବୋଲି ଜଣାପଡିଛି। ସୂଚନା ମୁତାବକ ସେ ତାମିଲ ନାଡୁ ଆରଭାଙ୍ଗଖାଡୁ କାରଖାନାରେ କାର୍ଯ୍ୟରତ ଥିବା ଥିବା ବେଲେ ଗତ କାଲି କିଛି କଞ୍ଚାମାଲ ନେଇ ବଡ଼ମାଳକୁ ଆସିଥିଲେ। କଞ୍ଚାମାଲ ଛାଡ଼ି ବଡ଼ମାଳ ସ୍ଥିତ ପ୍ରତିଭବନରେ ରହିବା ପାଇଁ ଏକ କୋଠରୀ ନେଇଥିଲେ। ହେଲେ ଆଜି ସକାଳୁ ସ୍ଥାନୀୟ ଲୋକେ ତାଙ୍କ ମୃତ ଦେହ ପ୍ରୀତିଭବନ ସାମ୍ନାରେ ଦେଖିବାକୁ ପାଇ ବଡ଼ମାଳ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ବଡ଼ମାଳ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.