ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ “ଆମ ଓଡିଶା” ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ଥାନା ଏଏସଆଇ ଅବନୀ ଖୁରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାନ ମହତ ଦାନ ବୋଲି କହିଥିଲେ। ଏଥିରେ ଡ. ବିଶ୍ୱଜିତ ମହନ୍ତ, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ନରସିଂହ କୁମାର, ବାଗପୁରର ପୂର୍ବତନ ସରପଞ୍ଚ ବରୁଣ ନାଏକ, ଯୁବନେତା ଶତୃଘ୍ନ ସେନାପତି, ଦର୍ପ ସେନାପତି, ଖଗେଶ୍ବର ଗଉଡ଼, ବେଣୁଧର ଗୌଡ଼ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାରର ଟେକ୍ନିସିଆନ ଡୋଳାମଣି ମାଝୀ, ଗିରିଶ ନାୟକ, ସୁବ୍ରତ ପଧାନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ମୋଟ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।





