ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଅଲ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ପକ୍ଷରୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ତିରୋଧାନ ଦିବସ ଉପଲକ୍ଷେ ସଂଗଠନର ରାଜ୍ଯ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ଵରେ ଏନେଇ ଆୟୋଜିତ ରକ୍ତଦାନ ଶିବିରରେ କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରୁ ଆସି ସଂଗଠନର ୬୦ ଜଣ ସଦସ୍ଯ/ସଦସ୍ୟା ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିହାର ରଞ୍ଜନ ପଣ୍ଡା ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଏଥିରେ ସଂଗଠନର କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ସମ୍ପାଦକ ବଳରାମ ଛତ୍ରିଆ, ସମାଜିକ ମୁଖ୍ୟ ଗିରିଜା ବେହେରା, ଭବାନୀପାଟଣା ବ୍ଳକ ସଭାପତି ନିରାକାର ବାଗ, ମଦନପୁର ରାମପୁର ବ୍ଳକ ଉପସଭାପତି ବେଣୁଧର ସୁନା, କ୍ଷମାନିଧି ସୁନା, ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍, କେସିଙ୍ଗା ବ୍ଳକ ଉପସଭାପତି ବିକ୍ରମ ହରପାଲ, ଡମ୍ବୁରୁଧର କରୁଆଁ, କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା, ଲାଞ୍ଜିଗଡ଼ ବ୍ଳକ ଅନେଶର ନାଏକ ଓ ବିଭୁତିଭୁଷଣ ତାଣ୍ଡି, ଜୁନାଗଡ ବ୍ଳକରୁ ଳିଙ୍କନ ଏହିଭଳି ଅନେକ କର୍ମକର୍ତ୍ତା ଉପସ୍ଥିତି ଥିଲେ।




