ସାଲେଦମକରେ ଛେଳି ବୋଦା ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ତାଳବାହାଲ ପଞ୍ଚାୟତ ସାଲେଦମକ ଗାଁରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ଛେଳି ବୋଦା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି | ସିଆରପି ପଦ୍ମିନୀ ଚନ୍ଦନଙ୍କ ଅଧ୍ୟକ୍ଷତା ତଥା ଫାଉଣ୍ଡେସନର ବ୍ଲକ ସଂଯୋଜକ ବାହାଦୁର ଷାଣ୍ଢଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବ୍ଲକ ପ୍ରାଣୀ ଚିକିତ୍ସକ ଡ. ପ୍ରମୋଦ କୁମାର ଭୋଇ ମୁଖ୍ୟ ଅତିଥି, ଛେଳି ଉତ୍ପାଦ ସଙ୍ଘ ସଦସ୍ୟ ସୁଶୀଳ ବେହେରା, ଶିକ୍ଷକ ରବୀନ୍ଦ୍ର ରାଉତ, କରୁଣାକର ସାହୁ, ୱାର୍ଡ଼ ସଭ୍ୟ ଅନନ୍ତ ସୁନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ପରିଚାଳକ ଶାନ୍ତନୁ କୁମାର ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଉନ୍ନତ ମାନର ପ୍ରଦର୍ଶନକାରୀ ଛେଳି ବୋଦା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଉନ୍ନତ ପ୍ରଜାତିର ପ୍ରଜନନକାରୀ ବୋଦାର ମହତ୍ତ୍ୱ, ସନ୍ତୁଳିତ ଖାଦ୍ୟ ପରିଚାଳନା ଆଦି ବିଷୟରେ ବକ୍ତାଗଣ ବିସ୍ତୃତ ଭାବେ ବୁଝାଇଥିଲେ | ଏହି ଅବସରରେ ବୋଦାମାନଙ୍କ ପାଇଁ ଉଦ୍ଦିଷ୍ଟ ଭିଟାମିନ ଓ ପଶୁ ଦାନା ଛେଳି ଚାଷୀଙ୍କୁ ବିତରଣ କରାଯାଇଥିଲା | ପ୍ରମିଳା ଭୋଇ ଅତିଥି ପରିଚୟ ଓ ମିଥିଳା ଛନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ | ବହୁ ସଂଖ୍ୟାରେ ଜୀବିକା ସାଥି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.