ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରଜତ ଜୟନ୍ତୀ ସମାରୋହ ଲୋଗୋ ଉନ୍ମୋଚିତ

୨୦୨୬ ଜାନୁଆରୀ ୪ ଓ ୫ ତାରିଖ ଦୁଇଦିନ ଧରି ପାଳିତ ହେବ ରୌପ୍ୟ ଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରା ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ ଆସନ୍ତା ୨୦୨୬ ଜାନୁଆରୀ ୪ ଓ ୫ ତାରିଖ ଦୁଇଦିନ ଧରି ପାଳିତ ହେବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ରୁପ୍ରା ଠାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପ୍ରସ୍ତୁତି ଯୋରସୋରରେ ଚାଲିଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ର ଯୁବ ଗାଳ୍ପିକ ତଥା ପଲମ ସିଆରସିସି ଡିଲେଶ୍ୱର ରଣା ଏବଂ ପୁରାତନ ଛାତ୍ର ଏଭରେଷ୍ଟ ଆରୋହୀ ତଥା ରୁପ୍ରା ୟୁପି ସ୍କୁଲର ଶିକ୍ଷକ ଯୋଗବ୍ୟାସ ଭୋଇ। ରୌପ୍ୟ ଜୟନ୍ତୀ ସମାରୋହକୁ ନେଇ ପୁରାତନ ଛାତ୍ରଛାତ୍ରୀମାନେ ଉତ୍ସୁକତାର ସହିତ କାର୍ଯ୍ୟକ୍ରମର ସଫଳତା ହାସଲ କରିବା ପାଇଁ ପ୍ରତିଦିନ ବିଦ୍ୟାଳୟ ପରିସରରେ ସନ୍ଧ୍ୟାରେ ବୈଠକ କରୁଛନ୍ତି। ଏହି ଅବସରରେ ସୋମବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ରୌପ୍ୟ ଜୟନ୍ତୀର ଲୋଗୋ ଉନ୍ମୋଚିତ ହୋଇଯାଇଛି। ରୌପ୍ୟ ଜୟନ୍ତୀ ସମାରୋହ ପରିଚାଳନା କମିଟିର ସଭାପତି ପୁରାତନ ଛାତ୍ର ତଥା ନର୍ଲା ଉପରପଡା ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ସମ୍ମାନିତ ଅତିଥିଭାବେ ରୁପ୍ରା ସରପଞ୍ଚ ଡଲି ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ଶିକ୍ଷକ ଅନାଦି ପଧାନ, ବିଜୟ ସାହୁ, ପ୍ରଦୀପ ନନ୍ଦ, ରାଧାକାନ୍ତ ସେନାପତି ଓ ସୁଦାମ ଚରଣ ମିଶ୍ର, ସାମ୍ବାଦିକ ଅଜୟ ସେନାପତି, ସମାଜସେବୀ ରାଜୀବ ସାହୁ ଓ ସୁଶାନ୍ତ ସେନାପତି ପ୍ରମୁଖ ଯୋଗଦାନ କରି ଲୋଗୋ ଉନ୍ମୋଚିତ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର କିଶୋର ମହାଲିଙ୍ଗ୍, ଅଜିତ ପଧାନ, ସୁଦାମ ସାହୁ, ହିରାଧର ସାହୁ, କୁମୁଦ ସାହୁ, ଜବାହରଲାଲ ନନ୍ଦ, ଦୁର୍ଗା ସାହୁ, ପଞ୍ଚାନନ ସାହୁ ଓ ରଞ୍ଜନ ଗୌଡଙ୍କ ସମେତ ଅନ୍ୟାନ୍ୟ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ପୁରାତନ ଛାତ୍ର ଯୋଗବ୍ୟାସ ଭୋଇ କରିଥିବା ବେଳେ ଅତିଥି ପରିଚୟ ପୁରାତନ ଛାତ୍ର ଡିଲେଶ୍ୱର ରଣା, ଧନ୍ୟବାଦ ଅର୍ପଣ ପୁରାତନ ଛାତ୍ର ଅଜିତ ପଧାନ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.