ଓଡିଶୀ ନୃତ୍ୟ ବିଦ୍ୟାଳୟର ସ୍ଵନକ୍ଷତ୍ର ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ୍ ଅଲ୍ଲୀ ଖାଁ): କଳାହାଣ୍ଡି ଜିଲ୍ଲା ସଂସ୍କୃତି ପରିଷଦ ପରିଚାଳିତ କଳାହାଣ୍ଡି କଳା କେନ୍ଦ୍ର ଓଡିଶୀ ନୃତ୍ୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଗୁରୁ ସତ୍ୟବାନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଭାରତ ଭୂଷଣ ଠାକୁର, ନୃତ୍ୟ ଗୁରୁ ଭୀମସେନ ସାହୁ ଓ ଲୋକକଳା ସଂଗଠକ ଧ୍ୟାନାନନ୍ଦ ପଣ୍ଡା ମଂଚାସୀନ ହୋଇଥିଲେ। ପ୍ରଶାସନିକ ସ୍ତରରେ ଓଡିଶୀ ନୃତ୍ୟ ବିଦ୍ୟାଳୟ ପ୍ରତି ସହନଶୀଳ ଭାବ ରହିଲେ ନୂତନ ପ୍ରତିଭାର ଆବିଷ୍କାର ହୋଇପାରିବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ।ଏଇ ଅବସରରେ ନୃତ୍ୟ ପ୍ରତି ଥିବା ଅବଦାନ ପାଇଁ ନୃତ୍ୟ ସଂଗଠକ ଶିବାମ୍ବିକା ନନ୍ଦ ତଥା ଓଡିଶୀ ନୃତ୍ୟ ଶିଳ୍ପୀ ରାଜଲକ୍ଷ୍ମୀ ପ୍ରଧାନ, ସୁରଭି ମହାରଣା, ବିଜୟ ମୁନୀ ଓ ଶକ୍ତି ରଞ୍ଜନ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଭିନ୍ନଭିନ୍ନ ମୁଦ୍ରାବନ୍ଦୀରେ ଚିତ୍ତାକର୍ଷକ ‘ଓଡିଶୀ ବୃନ୍ଦନୃତ୍ୟ’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଯୁବଗୁରୁ ଆକାଶ ଓ ସାଥୀଙ୍କ ପରିବେଷିତ ଗୀତଗୋବିନ୍ଦ ଏବଂ ମା’ମାନଙ୍କ ଓଡିଶୀ ନୃତ୍ୟ ବିଶେଷ ଆକର୍ଷଣ ଥିଲା। ଶୁଭମ ପ୍ରଧାନୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁମିତ, ଅଜୟ, ସଂଜୀବ, ରାଜୁ, ଅନ୍ଵେଷା ପ୍ରମୁଖ ସହଯୋଗ କରିଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ସୁଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.