ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେର ଧାନ ମଣ୍ଡି ନିକଟରେ ସୋମବାର ସନ୍ଧ୍ୟାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ଖୁଟୁଲୁଗୁଡା ଗ୍ରାମର ରାମେଶ୍ୱର ଦଳପତି (୪୦) ଓ ଗୁରୁତର ଯୁବକ ଜଣକ ରିତେଶ ବନ୍ଦୀଛୋଡ ବୋଲି ଜଣାପଡିଛି। ଦୁଇଜଣ କୌଣସି କାମରେ ବାଇକ ଯୋଗେ ଖୁଟୁଲୁଗୁଡାରୁ ମୋଟେର ପଟେ ଯାଉଥିବା ସମୟରେ ଟ୍ରାକ୍ଟର ଧକ୍କା ଦେଇଥିଲା। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନଧର ମାଝୀ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ରାସ୍ତା ଉପରେ ପଡି ରହିଛି, ପରିବାର ଲୋକେ ଟ୍ରାକ୍ଟର ଡ୍ରାଇଭରକୁ ଗିରଫ ଦାବି କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.