ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ ଜିଲ୍ଲା ସଦର ବ୍ଲକ ଗାଜିଗା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବିଲେଷୁ କୁମ୍ଭାର ସାହି ଠାରେ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ କୃଷି ସଞ୍ଚୟ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ତାଲିମ୍ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ବସବାସ କରି ଆସୁଥିବା ପରିବାରର ସଦସ୍ୟ ଘରେ ରହି କିପରି ଭାବେ ମହିଳା ଓ ପୁରୁଷ ରୋଜଗାର କ୍ଷମ ହୋଇ ସୁସ୍ଥ ସମାଜ ସୁସ୍ଥ ପରିବାର ଗଠନରେ ସହଯୋଗ କରିବାରେ ସକ୍ଷମ ହୋଇ ସମାଜର ମୁଖ୍ୟ ଶ୍ରତରେ ସାମିଲ ହୋଇପାରିବେ ଏ ନେଇ ପ୍ରଧାନ ମନ୍ତ୍ରୀ କୃଷି ସଞ୍ଚୟ ଯୋଜନାର ପ୍ରମୁଖ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଏହି ଅବସରରେ ଗାଁଜିଗା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଆଚବା ଗ୍ରାମ ରେ ୨୫ ଜଣ ମହିଳାଙ୍କୁ ସିଲେଇ ଟ୍ରେନିଂ ପ୍ରଦାନ କରି ଥିବା ବେଳେ ବିଲେଷୁ କୁମ୍ଭାର ସାହି ଠାରେ କୁମ୍ଭାର ମହିଳା ଓ ପୁରୁଷ ଙ୍କୁ ମାଟି ରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ପାଇଁ ଏକ ମାସ ଧରି ଟ୍ରେନିଂ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜଳ ବିଭାଜିକା ସହକାରୀ କୃଷି ଯନ୍ତ୍ରୀ ଅନିତା ମହାନ୍ତି, ସରପଞ୍ଚ ରଞ୍ଜିତ ହୁଇକା, ସଭାପତି ସୁମନ୍ତି ମେଲାକା, ସଂଯୋଜକ ତରଣିସେନ ମେହେର, ତାଲିମଦାତା ଜଗନ୍ନାଥ କୁମ୍ଭାର, ଟ୍ରେଲର ଟ୍ରେନିଂ ତାଲିମଦାତା ଏମ୍ ସତ୍ୟ ରାଓ ସମେତ ଜଳ ବିଭାଜିକାର କର୍ମଚାରୀ ମାନଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହିଥିଲେ।




