କରମତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ସ୍ଥିତ ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ସମ୍ପନ୍ନ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିଥିଲା। ଛାତ୍ରଛାତ୍ରୀ ୧୭ ବର୍ଷରୁ ନିମ୍ନ ଓ ଉର୍ଦ୍ଧ୍ୱ ଏଭଳି ୨ଟି ବର୍ଗରେ ବିଭକ୍ତ ହୋଇ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଶାରୀରିକ ଶିକ୍ଷକ ବିବେକାନନ୍ଦ ସୁନାନୀ, ଶିକ୍ଷକ ପ୍ରେମଜିତ ପଇତାଲ, ଛନ୍ଦାଚରଣ ସେଠ, ହେମନ୍ତ କରନ୍, ସୁନୀଳ କୁମାର ଭୋଇ, କମଳାକାନ୍ତ ସାହୁ, ପ୍ରତ୍ୟୁଷ ସୁପକାର, ଶିକ୍ଷୟିତ୍ରୀ ନୀଳିମା ଚନ୍ଦନ, ପ୍ରତିଭା ମନହୀରା, ରଶ୍ମିତା ବେମାଲ ପ୍ରତିଯୋଗିତା ପରିଚାଳନା କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଦ୍ବିତିକୃଷ୍ଣ ପଧାନ ପୁରସ୍କାର ବିତରଣୀ ସଭାରେ ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାଗ ମୁଖ୍ୟ ଅତିଥି, ଆଲୁମିନୀ ସଭାପତି ରାଜକିଶୋର ସିଂ ବୁଡ଼େକ, ସାମ୍ବାଦିକ ପ୍ରମୋଦ କୁମାର ସେଲମା, ସାମାଜିକ କର୍ମୀ ପ୍ରଦୀପ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଳକ ବିଭାଗ ଚମ୍ପିୟାନ ଅଞ୍ଜଳି ପର୍ଡିଆ, ବାଳକ ବିଭାଗ ଚମ୍ପିୟାନ ବିଦ୍ୟାମିନ କୁମ୍ଭାରଙ୍କ ସମେତ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ କ୍ରିକେଟ ଟିମରେ ସାମିଲ ହୋଇଥିବା ଛାତ୍ରୀ ଆକୃତି ମହାକୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଜଗଦୀଶଚନ୍ଦ୍ର ମିଶ୍ର, ଶିକ୍ଷୟିତ୍ରୀ ରୀନା କଲେତ, ରାଧାରାଣୀ ଶତପଥି, ଦୀପାଞ୍ଜଳି ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.