ଉଦଯାପିତ ହେଲା ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ସମାରୋହ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର ରଜତ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି କେସିଙ୍ଗାର ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ, ମୁଖ୍ୟବକ୍ତା ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ଶବର, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ କହ୍ନେଇ ଚରଣ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ଅଧ୍ୟକ୍ଷ ଶାସ୍ତ୍ରୀଲାଲ ଛତ୍ରିଆ, ପୁରାତନ ଶିକ୍ଷାର୍ଥୀ ସଂସଦ ଉପସଭାପତି ବିଜୟ ଧଙ୍ଗଡ଼ାମାଝୀ, ମନୋଜ ପଟ୍ଟନାୟକ, ରଘୁନାଥ ଦୀପ, ପୁରାତନ ଶିକ୍ଷାର୍ଥୀ ସଂସଦ ସଦସ୍ୟ ଚନ୍ଦ୍ରଶେଖର ସାହୁ, ଦେଓଗାଁ ସରପଞ୍ଚ ଡମ୍ବରୁଧର ପଟ୍ଟନାୟକ, ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ନର୍ଲା ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସୁନାମୁଦି ମଞ୍ଚାସୀନ ଥିଲେ। ପୁରାତନ ଶିକ୍ଷାର୍ଥୀ ସଂସଦ ସଭାପତି ଓମ୍ ପ୍ରକାଶ ଛତ୍ରିଆ ଅଧ୍ୟକ୍ଷତା କରିଥିବା ବେଳେ ପୁରାତନ ଛାତ୍ର ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ। ଏ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ପୁରାତନ ଓ ଅଧୁନାତନ ସଦସ୍ୟ ସଦସ୍ୟା, ପ୍ରତି ବ୍ୟାଚ୍ ଟପ୍ପର, ପୂର୍ବତନ ଶିକ୍ଷକ, ମଧ୍ୟଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସାନ୍ଧ୍ୟ ଅଧିବେଶନରେ ଅତିଥି ଭାବେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚଳ ସାହୁ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳକୃଷ୍ଣ ହାତୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରୁପ୍ରା ସରପଞ୍ଚ ଡଲି ବେହେରା, ସର୍ଗିଗୁଡ଼ା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼, ଗାଡେବନ୍ଧ ସରପଞ୍ଚ ପ୍ରତିନିଧି କେଶରୀ ବାଗ, ରୁପ୍ରାରୋଡ ସମିତି ସଭ୍ୟା ଦୀପାଞ୍ଜଳି ମାଝୀ, ଗାଡେବନ୍ଧ ସମିତିସଭ୍ୟା ସୁଜାତା ସାହୁ, ଭୀମକେଲା ସମିତି ସଭ୍ୟା ସୁମିତ୍ରା ମାଝୀ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ଘଣ୍ଟମାଳ ସମିତି ସଭ୍ୟା ଅବନ୍ତିକା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୀତିନାଟ୍ୟ ‘ଶ୍ରୀଗଣେଶ’ ଘୁମୁରା, ବଜାଶାଲ, ଓଡ଼ିଶୀ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଓଲିଉଡ ଗାୟିକା ଅର୍ଚ୍ଚନା ପାଢୀଙ୍କ ମେଲୋଡି ପରିବେଷିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ପୁରାତନ ଓ ଅଧୁନାତନ ଶିକ୍ଷାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ତଥା ଜନସାଧାରଣ ଯୋଗଦେଇଥିଲେ। ପୁରାତନ ଶିକ୍ଷାର୍ଥୀ ସଂସଦ ସଭାପତି ଓମପ୍ରକାଶ ଛତ୍ରିଆଙ୍କ ନେତୃତ୍ୱରେ ତଥା ସଂସଦର ଉପସଭାପତି ବିଜୟ ଧଙ୍ଗଡ଼ାମାଝୀ, ମନୋଜ ପଟ୍ଟନାୟକ ଓ ରଘୁନାଥ ଦୀପ, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଉପଦେଷ୍ଟା ବିନାୟକ ମହନ୍ତ, ଯେମନ୍ତ ପୋଢ, ଅଜିତ କୁମାର ସାହୁ, ପାରେଶ୍ବର ରଣା ଓ ମକରନ୍ଦ ମାଝୀ, ଯୁଗ୍ମ ସମ୍ପାଦକ ରୀନା ଭୋଇ, ଅଚ୍ୟୁତାନନ୍ଦ ଭୋଇ, ସୌମ୍ୟରଞ୍ଜନ ସା, କୋଷାଧ୍ୟକ୍ଷ ନରୋତ୍ତମ କରୁଆଁ, ସଦସ୍ୟ ଚନ୍ଦ୍ରଶେଖର ସାହୁ, ହିମାଦ୍ରୀ ଭୋଇ, ସ୍ଵାଧୀନ କୁମାର ଭୋଇ, ଶିବପ୍ରସାଦ ସାହୁ, ସରୋଜ ମହାପାତ୍ର, ହିମାଂଶୁ ଶେଖର ଭୋଇଙ୍କ ସମେତ ସଂସଦର ସମସ୍ତ ଉପ-କମିଟିର କାର୍ଯ୍ୟକର୍ତ୍ତାଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.