ପିଏମଶ୍ରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ପିଏମଶ୍ରୀ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀ ଷଷ୍ଠି ଝାଙ୍କରଙ୍କ ପୌରହିତ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦଘାଟକ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛାତ୍ରୀ ମୁଖ୍ୟଅତିଥି, ଏ ଡ଼ି ଓ ଶ୍ରୀ ହେମସାଗର ମହାନନ୍ଦ, ଏଡ଼ିଇଓ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ମୁଖ୍ୟବକ୍ତା ପୂର୍ବତନ ପ୍ରଧାନଶିକ୍ଷକ ସୁଶ୍ରୀ ସବିତା ପଟ୍ଟନାୟକ, ସମ୍ମାନୀତ ଅତିଥି ବି.ଇ.ଓ ଶ୍ରୀ ଆଚାରୀ ଶବର ତଥା ଏଡ଼ିଇଓ, ପୂର୍ବତନ ଛାତ୍ର ଛାତ୍ର ସଂସଦର ଉପ ସଭାପତି ଶ୍ରୀ ସୁଧୀର କୁମାର ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ନରେନ୍ଦ୍ର ନାଏକ, ବରିଷ୍ଠ ଶିକ୍ଷକ ଶ୍ରୀ ମଙ୍ଗୁଳୁ ପ୍ରଧାନ ମଞ୍ଚାସୀନ ଥିଲେ । ଭକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ମଙ୍ଗୁଳୁ ପ୍ରଧାନ ମଞ୍ଚ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଷଷ୍ଠୀ ଝାଙ୍କର ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କୁ ସାମିଲ କରାଗଲେ ଶିକ୍ଷାର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରଦାନ କରିଥିଲେ l ତମାମ୍ ବର୍ଷରକୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୫୮ଟି ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୨୦ ଟି ନୃତ୍ୟ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଅଟଳ ବିହାରୀ ଧଳ ପରିଚାଳନା କରିଥିଲେ ଏଥି ସହିତ ମୂରଲୀ ଦୀପ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.