ରାୟଗଡ ରେଳ ଷ୍ଟେସନ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ

କୋର୍ଟଙ୍କ ନିର୍ଦ୍ଦେଶ ପରେ ଭଙ୍ଗାଗଲା ୫ଟି ଦୋକାନ

Omkar Vasthu
Omkar Vasthu

ରାୟଗଡ,୨୧/୮ : ପୂର୍ବତଟ ରେଳବାଇ ଅଧୀନରେ ଥିବା ନୂତନ ରାୟଗଡ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯାଉଛି । ରାୟଗଡ ନୂଆ ରେଳ ଡିଭିଜନର ଭିତିଭୂମିର ବିକାଶ, ଷ୍ଟେସନ ପରିସର ଓ ନୂଆ ପ୍ଳାଟଫର୍ମ ଏବଂ ଯାତ୍ରୀଙ୍କ ସୁବିଧା ନିମିତ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥାର କାର୍ଯ୍ୟାରମ୍ଭ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବୁଧବାର ଦିନ ନୋଡାଲ ଅଧିକାରୀ ଡିଆରଏମ କାର୍ଯ୍ୟାଳୟ ନିମନ୍ତେ ରେଳବାଇ ସ୍ଥାନଗୁଡିକ ନିରୀକ୍ଷଣ କରିଛନ୍ତି । ତେବେ ବୁଧବାର ଦିନ ରାୟଗଡ ରେଳ ଷ୍ଟେସନ ସମ୍ମୁଖରେ ଜବରଦଖଲ କରି ରହିଥିବା ଦୋକାନଗୁଡିକକୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା କେସର ଶୁଣାଣୀ କରି ଦୋକାନଗୁଡିକ ଭାଙ୍ଗିବା ପାଇଁ ଜିଲ୍ଳା ଦୈାରାଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ରେଳ ବିଭାଗ କର୍ତୁପକ୍ଷ ଓ ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ମେସିନ ଲଗାଯାଇ ୫ଟି ଦୋକାନଗୃହକୁ ଭାଙ୍ଗି ଦିଆଯାଇଛି । ତେବେ ବିନା କୈାଣସି ନୋଟିସରେ ହଠାତ ଜେସିବି ମେସିନ ଲଗାଇ ମାତ୍ର ୧୫ମିନିଟ୍ ସମୟ ପ୍ରଦାନ କରି ଦୋକାନ ଖାଲି କରିବାକୁ କହି ଜୋର ଜବରଦସ୍ତ ଦୋକାନଗୁଡିକ ଭଙ୍ଗା ଯାଇଥିବାରୁ ଦୋକାନୀମାନେ ଅସନ୍ତୁ୍ଷ୍ଟ ପ୍ରକାଶ କରିଥିବା ବେଳେ କାକୁତି ମିନତି ହୋଇ ପୋଲିସ ଓ ଅଧିକାରୀଙ୍କୁ ଗୋଟିଏ ଦିନ ଅବଧି ସମୟ ଦେବା ପାଇଁ କହିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଭାଙ୍ଗି ଦିଆଯାଇଥିବା ଦୋକାନୀମାନେ କହିଛନ୍ତି । ସେହିପରି ଦୀର୍ଘ ୪୦ବର୍ଷ ଧରି ରେଳବାଇ ସ୍ଥାନରେ ଛୋଟ ଛୋଟ ଦୋକନ କରି ବ୍ୟବସାୟ କରି ନିଜର ପରିବାର ଭରଣ ପୋଷଣ କରୁଥିବା ବେଳେ ରେଳବାଇ ପକ୍ଷରୁ କୈାଣସି ଥଇଥାନ କରାଯାଇ ନ ଥିବାରୁ ଆଗକୁ କିପରି ଚଳିବେ ନେଇ ଦୋକାନୀମାନେ କାନ୍ଦି କାନ୍ଦି ନିଜ ଦୁଃଖ ଗଣମାଧ୍ୟମ ଆଗରେ ଜଣାଇଥିଲେ ।

ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ରେଳ ଷ୍ଟେସନ ବିପରୀତରେ ଷ୍ଟେସନ ମୁଖ୍ୟ ରାସ୍ତା କଡରେ ଏନସି ପ୍ଳଟ ନମ୍ବର ୧୬୨ ଏ’ରେ ବି.ସିଏଚ.ଜନାର୍ଦ୍ଧନ ଗତ ୨୦୧୭ ମସିହାରେ କରିଥିବା ଆରଏଫଏ ନମ୍ବର ୨୨,ପ୍ଳଟ ନମ୍ବର ୧୬୨,ଆରଏଫଏ ନମ୍ବର ୨୩ର ଇ.ନାରାୟଣ ରାଓ ଦୋରା, ପ୍ଳଟ ନମ୍ବର ୧୬୪ରେ ଆରଏଫଏ ନମ୍ବର ୨୪ରେ କେ.ବସନ୍ତା ରାଓ, ପ୍ଳଟ ନମ୍ବର ୧୫୭,ଆରଏଫଏ ନମ୍ବର ୨୫ରେ କେ.ସୀତା ରାମୁଲୁ ଓ ପ୍ଳଟ ନମ୍ବର ୧୬୦/୧୬୦ଏ,ଆରଏଫଏ ନମ୍ବର ୩୦ରେ ଶ୍ରୀମତୀ ମାଲା ଘାଲେ ପ୍ରମୁଖ ୫ଜଣ ଗତ ୨୦୧୭ମସିହାରେ ରେଳବାଇ ସ୍ଥାନରେ ଦୋକାନ କରିଥିବା ଯୋଗୁଁ ସେଠାରେ ଭଡା ପ୍ରଦାନ କରି ଆସୁଥିବା ବେଳେ ବିନା କୈାଣସି ଥଇଥାନରେ ରେଳ କର୍ତୁପକ୍ଷ ତାଙ୍କୁ ସେଠାରୁ ହଟାଇବା ଚେଷ୍ଠା କରୁଥିବାରୁ ଏକ କେସ୍ ମାନ୍ୟବର ଜିଲ୍ଳା ଦୈାରାଜର୍ଜଙ୍କ କୋର୍ଟରେ ଦାଖଲ କରିଥିଲେ ।

ତେବେ ଗତ ଜୁଲାଇ ୩୦ତାରିଖରେ ଏହି ମାମଲା ନେଇ ମାନ୍ୟବର ଜିଲ୍ଳା ଦୈାରାଜର୍ଜ ରେଳବାଇ ବିଭାଗଙ୍କ ସପକ୍ଷରେ ରାୟ ଶୁଣାଇ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ପାଳନ କରିବା ନିମିତ ୱାଲଟିୟର ଡିଭିଜନର ସିନିୟର ଡିଇଏନ(ନର୍ଥ)ଙ୍କ ୨୦/୮/୧୯ ପ୍ରକାରେ ବୁଧବାର ୨୧ତାରିଖ ଦିନ ଜିଲ୍ଳା ପ୍ରଶାସନର ଜଣେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ୫ଟି ଦୋକାନକୁ ଭାଙ୍ଗିବା ପାଇଁ ରାୟଗଡ ଜିଲ୍ଳାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟଙ୍କୁ ଚିଠି କରି ଅବଗତ କରାଇଥିଲେ । ଯାହାକୁ ନେଇ ରାୟଗଡର ଅତିରିକ୍ତ ତହସିଲଦାର ସୁନୀଲ ଖରା ମାଜିଷ୍ଟ୍ରେଟ ଦାୟିତ୍ୱରେ ଉପସ୍ଥିତ ରହିଥିବା ବେଳେ ରାୟଗଡ ଏସଡିପିଓ ତପନ ନାରାୟଣ ରଥ, ଥାନା ଅଧିକାରୀ ନିହାର ରଂଜନ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ରେଳବାଇ ସୁରକ୍ଷା ବଳ (ଆରପିଏଫ)ରାୟଗଡ ଥାନା ଅଧିକାରୀ ଡି.ଏନ.ତ୍ରିଲୋକଙ୍କ ସମେତ ଆରପିଏଫ ପୋଲିସ ମୁତୟନ କରାଯାଇଥିଲା ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.