ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ୯ ଜଣ କରାଟେ ଛାତ୍ରୀଛାତ୍ର ସର୍ଭାରତୀୟ ଓପନ କରାଟେ ପ୍ରତିଯୋଗିତା ଭାଗ ନେବା ପାଇଁ ଶନିବାର ଭୁବନେଶ୍ଵର ଗସ୍ତ କରିଛନ୍ତି। ଡିସେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଉତ୍କଳ କରାଟେ ସ୍କୁଲରେ ପ୍ରତିଯୋଗିତା ହେବ।ପ୍ରତିଯୋଗୀମାନେ ହେଲେ ବାଳକ ବିଭାଗର ୧୩ ବର୍ଷରୁ କମ୍ ବର୍ଗରେ ସ୍ବୟଂମ ଓଡ଼ିଆ, ପୁଷ୍ପଦୁ ବିଶ୍ଵାଳ, ଆର୍ଶୀବାଦ ବାଡତିଆ ରହିଥିବା ବେଳେ ୧୮ ରୁ କମ୍ ବର୍ଷ ବର୍ଗରେ ହିତେଶ ମହାଖୁଡ଼, ଲୋକେଶ ବିଶ୍ବାଳ, କିରନ ବେମାଲ ଓ ଗଙ୍ଗାଧର ମଲ୍ଲିକ ରହିଛନ୍ତି। ସେହିପରି ବାଳିକା ବିଭାଗର ୧୪ରୁ କମ୍ ବର୍ଗରେ କୁସୁମପ୍ରଭା ମାଝୀ, ୧୭ରୁ କମ୍ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି| ଲାଞ୍ଚି ଞ୍ଜିଗଡ କରାଟେ କୋଚ ସନପାଇ କ୍ଷମାନିଧ୍ ମହାଖୁଡ଼ଙ୍କ ନେତୃତ୍ବରେ ଏହି ଖେଳାଳିମାନେ ଭୁବନେଶ୍ୱର ଗସ୍ତ କରିଛନ୍ତି। ପ୍ରତିଯୋଗୀମାନଙ୍କୁ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ଅଧ୍ୟକ୍ଷା ଡ. ମାନବିନ କୌର, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ୍ ଚିଫ୍ ଟେକନିକାଲ ନିର୍ଦ୍ଦେଶକ ସୁରେଶ ଜାଲ ୟାଦବ, ଡିଏଭି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଜିଲ୍ଲା ତଥା ଲାଞ୍ଜିଗଡ ଅଞ୍ଚଳବାସୀ ଖେଳାଳିଙ୍କୁ ସମ୍ବଦ୍ଧନା ଦେଇଥିଲେ |





