ପୌରପାଳିକା ପକ୍ଷରୁ ଚଇତି ପଡ଼ିଆର ବିଭିନ୍ନ ଖାଦ୍ୟ ଷ୍ଟଲରେ ଅଚାନକ ଚଢ଼ାଉ ଓ ଯାଞ୍ଚ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ‘ଚଇତି-୨୦୨୫’ ଅବସରରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାୟଗଡ଼ା ପୌରପାଳିକା ପକ୍ଷରୁ ଏକ ବିଶେଷ ଏନଫୋର୍ସମେଣ୍ଟ ଡ୍ରାଇଭ୍ ବା ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ପଡ଼ିଆରେ ଖୋଲିଥିବା ବିଭିନ୍ନ ଖାଦ୍ୟ ଷ୍ଟଲଗୁଡ଼ିକରେ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ପରଖିବା ପାଇଁ ପୌରପାଳିକାର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ । ରାୟଗଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ ଖାଦ୍ୟ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯାଞ୍ଚ କରାଯାଇଥିଲା । ଏହି ଅଭିଯାନ ସମୟରେ ବିଭିନ୍ନ ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟର ମାନ, ବ୍ୟବହୃତ ହେଉଥିବା ତେଲ,ପାନୀୟ ଜଳ ଏବଂ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚଇତି ମହୋତ୍ସବକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ ସୁସ୍ଥ ଏବଂ ସ୍ୱଚ୍ଛ ଖାଦ୍ୟ ଯୋଗାଇ ଦେବା ପାଇଁ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଷ୍ଟଲ ମାଲିକ ମାନଙ୍କୁ ଅନୁରୋଧ କରିଥିଲେ । ଜନସାଧାରଣ ମଧ୍ୟ ସଚେତନ ରହିବା ସହ ସ୍ୱଚ୍ଛ ସ୍ଥାନରୁ ଖାଦ୍ୟ ଗ୍ରହଣ କରିବାକୁ ପୌରପାଳିକା ପକ୍ଷରୁ ନିବେଦନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.