ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଳକ ଅନ୍ତର୍ଗତ ସେଁପୁର ଦୁର୍ଗାପୂଜା ପଡିଆରେ ମହାସମାରୋହରେ ଆୟୋଜିତ ହେଉଥିବା ସେଁପୁର ଧନୁଯାତ୍ରା ମହୋତ୍ସବ ର ତୃତୀୟ ଦିବସରେ ଅତିଥି ଭାବେ ବିଜେପି ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ତଥା କେନ୍ଦୁପାଟି ସମିତି ସଭ୍ୟ ସାଗର ମାଝୀ, ପୂର୍ବତନ ବିଜେପି ବୋର୍ଡା ମଣ୍ଡଳ ସଭାପତି ଜୟୀରାମ ଗହୀରଙ୍କ ସମେତ ସଭାପତି ମାନଗୋବିନ୍ଦ ମାଝୀ, ଉପଦେଷ୍ଟା ରାଜେଶ ପ୍ରସାଦ ସାହୁ ତଥା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କୃଷ୍ଣ ଜନ୍ମ ଓ ଗୋପପୁରକୁ ପୁତୁନା ପ୍ରେରଣ ମଞ୍ଚସ୍ଥ ହୋଇଥିଲା। କଳାହାଣ୍ଡି କଟ୍ଟପ୍ପା ଏବଂ ମା ବୀଣାପାଣି ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଳାହାଣ୍ଡି କଟ୍ଟପାଙ୍କ ନୃତ୍ୟରେ ଝୁମି ଉଠିଥିଲେ ଦର୍ଶକ। ୟୁଥମାସ କମିଟି, ଗ୍ରାମବାସୀ, ପୋଲିସ ପ୍ରଶାସନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରୁଛନ୍ତି।





